ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ପରଲୋକ , ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦ା୫:ଇରାନ୍ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି । ଏହି ଦୁର୍ଘଟଣାରେ ତାଙ୍କ ସହିତ ବିଦେଶ ମନ୍ତ୍ରୀ ହୁସେନ୍ ଅମୀରଦ୍ଦୁଲହିୟାନଙ୍କର ବି ଦେହାନ୍ତ ହୋଇଛି । ଏବେ ହେଲିକପ୍ଟରର ଖଣ୍ଡ ବିଖଣ୍ଡିତ ଅଂଶ ମିଳିଛି । ଏବେ ପ୍ରଶ୍ନ ଉଠୁଛି କି ରବିବାର ଇବ୍ରାହିମ୍ ରଇସି ଆଜରବାଇଜାନ୍ କାହିଁକି ଯାଇଥିଲେ ଯେଉଁଠାରୁ ଫେରିବା ସମୟରେ ତାଙ୍କ ହେଲିକପ୍ଟର କ୍ରାସ୍ ହୋଇଥିଲା । ସୋମବାର ସକାଳେ ଉଦ୍ଧାରକାରୀ ଦଳ ପ୍ରାୟ ୨ କିଲୋମିଟର ଦୂରରୁ ହେଲିକପ୍ଟରକୁ ଦେଖିଥିଲେ ଓ ସେମାନଙ୍କୁ ଏହାର ଖଣ୍ଡ ବିଖଣ୍ଡିତ ଅଂଶ ମିଳିଛି । ଇରାନ ରାଷ୍ଟ୍ରପତି ରୈସି ଆଉ ଦୁନିଆରେ ନାହାଁନ୍ତି। ହେଲିକପ୍ଟର ଦୁର୍ଘଟଣାରେ ରୈସିଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ସହ ବିଦେଶମନ୍ତ୍ରୀ ହୋସେନ ଆମିରୋବଦୋହ୍ଲିଆନଙ୍କ ମଧ୍ୟ ମୃତ୍ୟୁ ହୋଇଛି। ହେଲିକପ୍ଟର ଦୁର୍ଘଟଣା ଯୋଗୁଁ ରାଷ୍ଟ୍ରପତିଙ୍କ ସହ ଅନ୍ୟ ଅଧିକାରୀମାନେ ଜୀବିତ ଥିବାର କୌଣସି ଆଶା ନଥିବା ଇରାନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ଇବ୍ରାହିମ୍‌‌ ରୈସି ରବିବାର ଦିନ ଆଜରବୈଜାନକୁ କାହିଁକି ଯାଇଥିଲେ। ଯେଉଁଠାରୁ ଫେରିବା ବେଳେ ହେଲିକପ୍ଟର ଦୁର୍ଘଟଣା ଘଟିଥିଲା।ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପୋଷ୍ଟ ଏକ୍ସରେ ଲେଖିଛନ୍ତି ଯେ, ‘ଇସଲାମିକ ରିପବ୍ଲିକ ଅଫ୍ ଇରାନର ରାଷ୍ଟପତି ଡା.ସୟଦ ଇବ୍ରାହିମ ରାଇସିଙ୍କ ଦୁଃଖଦ ପରଲୋକରେ ଗଭୀର ଦୁଃଖ ଏବଂ ସେ ଏହି ଖବର ଶୁଣି ଚକିତ ହୋଇଛନ୍ତି । ଭାରତ-ଇରାନ ଦ୍ୱିପାକ୍ଷିକ ସଂପର୍କକୁ ମଜବୁତ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ପରିବାର ଏବଂ ଇରାନବାସୀଙ୍କୁ ମୋର ହୃଦୟରୁ ସମବେଦନା । ଦୁଃଖର ଏହି ସମୟରେ ଭାରତ ଇରାନ ସହ ଛିଡା ହୋଇଛି ।’

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!