ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା, ଭାରତରେ ମଇ ୨୧ରେ ଦିନିକିଆ ଶୋକ ପାଳନ କରାଯିବ

ତେହେରାନ,,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ ଘୋଷଣା କରାଯାଉଛି । ଇରାନର ରାଷ୍ଟ୍ରପତି ଭବନରେ ଥିବା ତାଙ୍କ ଚେୟାରକୁ କଳା କପଡ଼ାରେ ଢାଙ୍କି ଦିଆଯାଇଛି। ଏହାର କାରଣ କେବଳ ଶୋକର ସଙ୍କେତ ନୁହେଁ, ବରଂ ଏକ ବିଶେଷ ଧାର୍ମିକ କାରଣ ମଧ୍ୟ। ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ଘୋଷଣା ପରେ ଇରାନର କ୍ୟାବିନେଟ୍ ଏକ ଜରୁରୀ କାଳୀନ ବୈଠକ ଡାକିଥିଲା ଏବଂ ଏହା ପରେ ସମବେଦନା ବାର୍ତ୍ତା ଦେଇ କହିଛି ଯେ ରାଇସି ଦେଶର ସେବାରେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ଏହି ରିପୋର୍ଟ ସହ ଏକ ଫଟୋ ଜାରି କରାଯାଇଛି, ଯେଉଁଥିରେ ରାଇସିଙ୍କ ଚେୟାରକୁ କଳା କପଡ଼ାରେ ଢାଙ୍କି ଟେବୁଲ ଉପରେ ତାଙ୍କ ଫଟୋ ରଖାଯାଇଛି।ଅନ୍ୟପକ୍ଷରେ ରାଇସିଙ୍କ ମୃତ୍ୟୁରେ ଭାରତ ସରକାର ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଭାରତ-ଇରାନ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ପରିବାର ଏବଂ ଇରାନବାସୀଙ୍କୁ ମୋର ହୃଦୟରୁ ସମବେଦନ। ଏହି ଦୁଃଖରେ ଭାରତ ଇରାନ ସହିତ ଛିଡା ହୋଇଛି।ଇରାନର ରାଷ୍ଟ୍ରପତି ରାଇସି ବୈଦେଶିକ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଦିନ ଇରାନର ଉତ୍ତର-ପଶ୍ଚିମ ଭାଗରେ ଥିବା ଏକ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ତାଙ୍କ ସମ୍ମାନରେ ଭାରତ ସରକାର ମଇ ୨୧ରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!