ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର,୨୧।୫: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୪ଟି ସ୍ଥାନରେ ଶାହ କରିବେ ଜୋରଦାର ପ୍ରଚାର। ଦିନ ସାଢେ ୧୧ଟାରେ ସେ ସମ୍ବଲପୁର ଯିବେ। ସେଠାରେ ରେମେଡ ଗ୍ରାଉଣ୍ଡରେ ଆୟୋଜିତ ବିରାଟ ଜନସଭାକୁ ସମ୍ବୋଧନ କରିବେ।ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ରେ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବା ସହ ଭୋଟ୍ ପାଇଁ ନିବେଦନ କରିବେ ।ସମ୍ବଲପୁର ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ ଓ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ଉପସ୍ଥିତ ରହିବେ।ସମ୍ବଲପୁର ସଭା ପରେ ଶାହା କେନ୍ଦୁଝର ଯିବେ। ସେଠାରେ ମେଡିକାଲ ଗ୍ରାଉଣ୍ଡରେ ଆୟୋଜିତ ହୋଇଛି ବିରାଟ ଜନସଭା କାର୍ଯ୍ୟକ୍ରମ। ଲୋକଙ୍କୁ ଗୃହମନ୍ତ୍ରୀ ସମ୍ବୋଧନ କରିବା ସହ ଭୋଟ ପାଇଁ ନିବେଦନ କରିବେ। ସେଠାରୁ ଢେଙ୍କାନାଳର ପରଜଙ୍ଗ ପରେ ନୟାଗଡ଼ ଯିବେ ଗୃହମନ୍ତ୍ରୀ ଅମିତ ଶାହ। ସେଠାରେ ଲୋକଙ୍କୁ ସମ୍ବୋଧନ କରିବା ସହ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ।ମଙ୍ଗଳବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପୂର୍ବାହ୍ନ ୧୦ଟା ୩୦ରେ ସମ୍ବଲପୁର ଗସ୍ତ କରି ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିବେ। ପରେ ରେମେଡ ଗାଁ ପଡିଆରେ ପୂର୍ବାହ୍ନ ୧୧ଟା ୧୫ରେ ଜନସଭାକୁ ସମ୍ବୋଧିତ କରିବେ। ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗଦେବେ। ଏହା ପରେ ଶାହା ଅପରାହ୍ନ ୧ଟାରେ କେନ୍ଦୁଝର, ଅପରାହ୍ନ ୨ଟା ୧୫ରେ ଢେଙ୍କାନାଳର ପରଜଙ୍ଗ(ବାଟଗାଁ ଖେଳପଡିଆ)ଠାରେ ଏବଂ ଅପରାହ୍ନ ୩ଟା ୧୫ରେ ନୟାଗଡ(ଲାଠିପଡା ଟାଙ୍ଗି ପଡିଆ)ଠାରେ ଅନୁଷ୍ଠତି ଜନସଭାକୁ ସମ୍ବୋଧିତ କରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!