ଗ୍ରାମ ସେବକ ପଦକୁ ପଦୋନ୍ନତି ପାଇଥିବା କର୍ମଚାରୀଙ୍କୁ ସର୍ବନିମ୍ନ ପେନସନ୍ ଦେବାକୁ ନିର୍ଦ୍ଦେଶ

 କଟକ,୨୨।୫:ଗ୍ରାମ ସେବକ ପଦକୁ ପଦୋନ୍ନତି ପାଇଥିବା କର୍ମଚାରୀଙ୍କୁ ସର୍ବନିମ୍ନ ପେନସନ୍ ଦେବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟଭିଏଲଡବ୍ଲ୍ୟୁ (ଗ୍ରାମ ସେବକ)ଙ୍କୁ ସର୍ବନିମ୍ନ ପେନସନ ପ୍ରଦାନ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ସରକାର ବନାମ ଜଣେ ବ୍ୟକ୍ତିଙ୍କ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ପଞ୍ଚାୟତ ସେକ୍ରେଟାରୀରୁ ଗ୍ରାମସେବକ ପଦକୁ ପଦୋନ୍ନତି ପାଇଥିବା କର୍ମଚାରୀଙ୍କୁ ସର୍ବନିମ୍ନ ପେନସନ୍ ଦେବାକୁ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।ପଞ୍ଚାୟତ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଗ୍ରାମସେବକ ପଦକୁ ପଦୋନ୍ନତି ଦେଇଥିଲେ । ଉକ୍ତ ଆଦେଶ ଆସିବା ପରେ କିଛି କର୍ମଚାରୀ ୩/୪ ବର୍ଷ ଗ୍ରାମସେବକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ଫଳରେ ସେମାନଙ୍କୁ ଗ୍ରାମସେବକ ହିସାବରେ କୌଣସି ଅବସରକାଳୀନ ପ୍ରାପ୍ୟ କିମ୍ବା ପେନସନ୍ ମିଳିନଥିଲା । ଏନେଇ ନିରଞ୍ଜନ ବିଶ୍ୱାଳଙ୍କ ସମେତ ୭୮୦ ଜଣ ଗ୍ରାମ ସେବ ସେତେବେଳେ ସ୍ୟାଟରେ ମାମଲା ରୁଜୁ କରିଥିଲେ । ଏହି ମାମଲାର ବିଚାର କରି ସ୍ୟାଟ ଆବେଦନକାରୀଙ୍କୁ ସର୍ବନିମ୍ନ ପେନସନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଦେଶ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟରେ ପହଞ୍ଚିଥିଲେ । ହାଇକୋର୍ଟ ମଧ୍ୟ ସ୍ୟାଟଙ୍କ ରାୟକୁ କାଏମ୍ ରଖିବା ସହ ଆବେଦନକାରୀଙ୍କୁ ସର୍ବନିମ୍ନ ପେନସନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଉକ୍ତ ଆଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ଆଦେଶକୁ କାଏମ୍ ରଖିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!