ଭୁବନେଶ୍ୱର,,୨୨।୫:ଆଜି ଓଡ଼ିଶାରେ ପ୍ରଚାର କରିବେ ବିଜେପି ନେତା ତଥା ରାମାୟଣ ସିରିଏଲର ରାମଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍। ସେ ବିଜେପି ନେତାଙ୍କ ପାଇଁ ଭୋଟ୍ ମାଗିବେ। ସେ ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭାରେ ଯୋଗଦେବେ। ବିଜେପି ନେତା ତଥା ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ର ରାମ ଭୂମିକାରେ ଅଭିନୟ କରିଥିବା ଚର୍ଚ୍ଚିତ ଅଭିନେତା ଅରୁଣ ଗୋଭିଲ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଦଳ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଅରୁଣ ଗୋଭିଲ କହିଛନ୍ତି, ଦେଶର ପ୍ରଗତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଠାରୁ ଭଲ ବିକଳ୍ପ କିଛି ହୋଇନପାରେ। ଦେଶର ବିକାଶ ସବୁଠାରୁ ବଡ଼ଏଜେଣ୍ଡା। ଏଣୁ ବିଜେପିକୁ ସମସ୍ତେ ଭୋଟ ଦେବା ଉଚିତ।ଭୁବନେଶ୍ୱର ବିମାନବନ୍ଦରରୁ ସିଧା ଚପର ଯୋଗେ ସେ କେନ୍ଦୁଝର ଅଭିମୁଖେ ଯାତ୍ରା କରିଛନ୍ତି। ଅରୁଣ ଗୋଭିଲଙ୍କ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଓ ତେଲକୋଇରେ ଆୟୋଜିତ ଜନସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ଅପରାହ୍ନରେ ଢେଙ୍କାନାଳ ଓ ଜୟଦେବ ନିର୍ବାଚନ ମଣ୍ଡଳୀରେରେ ଅରୁଣ ଗୋଭିଲଙ୍କର ରୋଡ ସୋ ରହିଛି।ସେହିଭଳି ଆସନ୍ତାକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଓଡ଼ିଶା ଆସୁଛନ୍ତି। ଚିଲିକା ଓ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ସାଲେପୁର କୁଳିଆରେ ଜନସଭା କରିବେ ଯୋଗୀ ଆଦିତ୍ୟନାଥ। ସକାଳ ୧୦ଟା ସମୟରେ ଯୋଗୀଙ୍କ ସହ ଏହି ସଭାରେ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ମାହାଙ୍ଗା ବିଧାୟକ ପ୍ରାର୍ଥୀ ସୁମନ୍ତ କୁମାର ଘଡେଇ ଓ ସାଲେପୁର ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଯୋଗୀଙ୍କର ଏହି ପ୍ରଚାର ଉପକୂଳ ଓଡ଼ିଶାରେ ପ୍ରଭାବ ପକାଇବ ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ସୁମନ୍ତ କୁମାର ଘଡେଇ।ସେହିପରି କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦାରେ ସଭାରେ ଯୋଗ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମ ମଧ୍ୟ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ଦେବଗଡ଼, ବଡବିଲ, ଚୌ ଦ୍ୱାର ଓ ବଡମ୍ବାରେ ସଭା କରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |