ଆସନ୍ତା ୫ ଦିନ ପାଇଁ ରାଜଧାନୀରେ ରେଡ୍‌ ଆଲର୍ଟ ଜାରି

ନୂଆଦିଲ୍ଲୀ,୨୧।୫: ରାଜଧାନୀ ଦିଲ୍ଲୀରେ ଅସହ୍ୟ ଗରମ |  ବିଭିନ୍ନ ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଡେଇଁଛି। ଆସନ୍ତା ଶୁକ୍ରବାର ଯାଏଁ ତାତିରୁ ମିଳିବନି ତ୍ରାହି। ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀରେ ପାଣିପାଗ ବିଭାଗ ଆସନ୍ତା ପାଞ୍ଚ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଏଥିସହ ସ୍କୁଲ ଛୁଟି ଘୋଷଣା କରାଯାଇଛି।ସେପଟେ ପ୍ରବଳ ଉତ୍ତାପ ଯୋଗୁଁ ଦିଲ୍ଲୀରେ ବିଦ୍ୟୁତର ଚାହିଦା ମେ’ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦିଲ୍ଲୀ ସରକାର ଗ୍ରୀଷ୍ମ ଛୁଟି ସତ୍ତ୍ୱେ ଯେଉଁ  ବେସରକାରୀ ବିଦ୍ୟାଳୟଗୁଡ଼ିକୁରେ କ୍ଲାସ ହେଉଛି ତାହାକୁ ତୁରନ୍ତ ବନ୍ଦ କରିବାକୁ କହିଛନ୍ତି। ସାମ୍ପ୍ରତିକ ସମୟରେ ଦିଲ୍ଲୀରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇଛି। ରବିବାର ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୪୪.୪ ଡିଗ୍ରୀ ସେଲସିୟସ ରେକର୍ଡ ଥିଲା।ପାଣିପାଗର ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୫ ଦିନ ପାଇଁ ଉତ୍ତର-ପଶ୍ଚିମ ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସେହିପରି ଭତ୍ତର ମଧ୍ୟ ପ୍ରଦେଶ ଓ ଗୁଜରାଟରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ସମ୍ଭାବନା ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!