ନିର୍ବାଚନ ପାଇଁ ରାଜଧାନୀରେ ମୁତୟନ ହେବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର,୨୨ା୫:ରାଜଧାନୀରେ ନିର୍ବାଚନକୁ   ନେଇ ପୋଲିସ ଅଧିକାରୀଙ୍କ ସହ ପୋଲିସ କମିଶନରଙ୍କ ପ୍ରସ୍ତୁତି ବୈଠକ   । ନିର୍ବାଚନ ପାଇଁ ରାଜଧାନୀରେ ମୁତୟନ ହେବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୨ କମ୍ପାନୀ ସିଓପିଏଫ ଫୋର୍ସ । ରାଜଧାନୀରେ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ୪୮୮ ଟି ସ୍ଥାନରେ ୧୧୩୨ ଟି ପୁଲିଂ ବୁଥ ରହିଛି ।ଜୟଦେବ ନିର୍ବାଚନ ମଣ୍ଡଳୀରେ ୧୬୯ ଟି ସ୍ଥାନରେ ୨୩୬ ଟି ପୁଲିଂ ବୁଥ ରହିଛି । ସେହିପରି ଭୁବନେଶ୍ବର  ମଧ୍ୟରେ ୫୦ଟି ସ୍ଥାନରେ ୨୦୦ଟି ପୁଲିଂ ବୁଥ ରହିଛି । ନିର୍ବାଚନ ପାଇଁ ଦୁଇଟି ନୂଆ ସଫ୍ଟୱେୟାର ଲଞ୍ଚ କଲା କମିଶନରେଟ ପୋଲିସ । ପୋଲିସ ପାଟ୍ରୋଲିଂ ଓ ବୁଥ ମନିଟରିଂ ସିଷ୍ଟମ ସହ ଭାଇକିଲ ଟ୍ରାକିଙ୍ଗ ସିଷ୍ଟମ ଦୁଇଟି ଆପ ଜରିଆରେ ବୁଥ ଓ ପାଟ୍ରୋଲିଂ ପାଇଁ ନିୟୋଜିତ ଥିବା ଗାଡି ଉପରେ ନଜର ରଖାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!