ନୂଆଦିଲ୍ଲୀ,୨୨ା୫:ଆଇପିଏଲ ୨୦୨୪ ଏଲିମିନେଟର ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ପ୍ରସ୍ତୁତ ହେଉଥିବା ବେଳେ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ମ୍ୟାଚ୍ ପୂର୍ବରୁ ହେବାକୁ ଥିବା ଅଭ୍ୟାସ ସେସନ୍ସକୁ ଆରସିବି ସୁରକ୍ଷା ଦୃଷ୍ଟିରୁ ବାତିଲ କରି ଦେଇଛି। ବିରାଟ କୋହଲିଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିବାରୁ ଆରସିବି ଅଭ୍ୟାସ ସେସନ୍ସ ବନ୍ଦ କରି ଦେଇଥିଲା।ବୁଧବାର ମ୍ୟାଚ୍ ପୂର୍ବରୁ ଆରସିବି ଗୁଜରାଟ କଲେଜ ଗ୍ରାଉଣ୍ଡରେ ଅଭ୍ୟାସ କରିବାର ଥିଲା। କିନ୍ତୁ ଧାର୍ଯ୍ୟ ସମୟ ଓ ଯୋଜନା ଅନୁସାରେ ଆରସିବି ଅଭ୍ୟାସ କରି ନାହିଁ।ଗୁଜରାଟ ପୁଲିସ୍ ସଙ୍କେତ ଦେଇଛି ଯେ ବିରାଟ କୋହଲିଙ୍କ ସୁରକ୍ଷା ପ୍ରତି ସାଂଘାତିକ ବିପଦ ଥିବା ଜଣାପଡ଼ିବା ପରେ ଅଭ୍ୟାସ ସେସନ୍ସ ଓ ପ୍ରେସ କନଫରେନ୍ସକୁ ବାତିଲ କରାଯାଇଛି। ସେହିପରି ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ପୁଲିସ୍ ଅହମଦାବାଦରୁ ୪ ଜଣଙ୍କୁ ମଧ୍ୟ ଗିରଫ କରିଛି।ସମ୍ଭାବ୍ୟ ବିପଦ ସମ୍ପର୍କରେ ପୁଲିସ୍ ଉଭୟ ବେଙ୍ଗାଲୁରୁ ଓ ରାଜସ୍ଥାନକୁ ଜଣାଇଥିଲା। ଆରସିବି ସମସ୍ତ ପ୍ରକାରର ଯୋଜନାକୁ ବାତିଲ କରିଥିଲେ ହେଁ ରାଜସ୍ଥାନ ଧାର୍ଯ୍ୟ କାର୍ଯ୍ୟକ୍ରମକୁ ପୂରା କରିଛି।ଜଣେ ପୁଲିସ୍ ଅଧିକାରୀ ବିଜୟ ସିଂହ ଜୱାଲା କହିଛନ୍ତି, “ଅହମଦାବାଦ ପହଞ୍ଚିବା ପରେ ବିରାଟ କୋହଲି ୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗିରଫ ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେ ଜାତୀୟ ସମ୍ପତ୍ତି ଓ ତାଙ୍କ ସୁରକ୍ଷା ସର୍ବୋପରି।ବିରିପୋର୍ଟ ମୁତାବକ, ଗୁଜରାଟ ପୋଲିସ ସୂଚାଇ ଦେଇଛି ଯେ ଅଭ୍ୟାସ ସେସନ୍ ବାତିଲ ହେବାର ମୁଖ୍ୟ କାରଣ ହେଉଛି ବିରାଟଙ୍କ ସୁରକ୍ଷା। ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ପୋଲିସ ଅହମ୍ମଦାବାଦରୁ ୪ ଜଣଙ୍କୁ ମଧ୍ୟ ଗିରଫ କରିଛି। ଏ ସମ୍ବନ୍ଧରେ ପୋଲିସ ଆଇପିଏଲ୍ର ଉଭୟ ଫ୍ରାଞ୍ଚାଇଜ୍କୁ ସୂଚନା ଦେଇଥିଲା। ପରେ ବାଙ୍ଗାଲୁରୁ ଏହା ଉପରେ କାର୍ଯ୍ୟ କରି ସମସ୍ତ କାର୍ଯ୍ୟସୂଚୀ ବାତିଲ କରିଥିବା ବେଳେ ରାଜସ୍ଥାନ ନିଜ କାର୍ଯ୍ୟସୂଚୀ ସହ ଆଗକୁ ବଢ଼ିଥିଲା।ଅହମ୍ମଦାବାଦରେ ପହଞ୍ଚିବା ପରେ କୋହଲି ଗିରଫଦାରୀ ବିଷୟରେ ଜାଣିବାକୁ ପାଇଥିଲେ। ସେ ଜଣେ ଜାତୀୟ ସମ୍ପତ୍ତି, ତାଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ପୋଲିସ ଅଫିସର ବିଜୟ ସିଂ ଜଓ୍ବାଲା କହିଛନ୍ତି, ଆର୍ସିବି ରିସ୍କ ନେବାକୁ ଚାହୁଁ ନ ଥିଲା। ଏଣୁ କୌଣସି ଅଭ୍ୟାସ ସେସନ୍ ହେବ ନାହଁ ବୋଲି ସେମାନେ ଆମକୁ ସୂଚନା ଦେଇଛନ୍ତି। ରାଜସ୍ଥାନ ଟିମ୍କୁ ଏନେଇ ଜଣାଯାଇଥିଲେ ହେଁ ସେମାନେ ଅଭ୍ୟାସ କରିବାରେ ଅସୁବିଧା ନାହିଁ ବୋଲି କହିଛନ୍ତି।ତେବେ ଆର୍ସିବି ଟିମ୍ର ସୁରକ୍ଷାକୁ ନେଇ ହୋଟେଲ୍ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏହାଛଡ଼ା ଆଇପିଏଲ୍ରୁ ସ୍ବୀକୃତିପ୍ରାପ୍ତ ସଦସ୍ୟଙ୍କ ବ୍ୟତୀତ ଅନ୍ୟ କେହି ହୋଟେଲରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ। ମ୍ୟାଚ୍ ସମୟରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |