ମଣିପାଲ୍ ହସ୍ପିଟାଲ୍ସ ସହ ଯୋଡ଼ି ହେଲା ଆମ୍ରୀ

ଭୁବନେଶ୍ୱର,୨୨।୫:   ମଣିପାଲ୍ ହସ୍ପିଟାଲ୍ଡ ୨୦୨୩ ସେପ୍ଟେମ୍ବରରେ ଅଧ୍ୱଗ୍ରହଣ କରିଥିବା ଭୁବନେଶ୍ବରର ୪୦୦ ଶଯ୍ୟା ବିଶିଷ୍ଟ ଆମ୍ରୀ ହସ୍ପିଟାଲ୍ କୁ ସଫଳତାର ସହ ନିଜ ବ୍ରାଣ୍ଡରେ ଏକକୀକରଣ କରିଛି। ମେ’ ୨୨ ତାରିଖରୁ ଏହି ହସ୍ପିଟାଲ୍ ଏହାର ବିଭିନ୍ନ ସେବାଗୁଡିକୁ ମଣିପାଲ ହସ୍ପିଟାଲର ମାନଦଣ୍ଡ ଅନୁଯାୟୀ ପ୍ରଦାନ କରିବ, ଯାହା ପୂର୍ବ ଭାରତରେ ସ୍ବାସ୍ଥ୍ୟସେବାର ରୂପାନ୍ତରଣ କ୍ଷେତ୍ରରେ ଏକ ଉଦାପରଣ ପାଲଟିବ। ଏହା ଦ୍ୱାରା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ କିଛି କରିଦେଖାଇବ। କାରଣ ଏଠାରେ ଥିବା ସୁବିଧାଗୁଡିକୁ ବଡ଼ ବଡ଼ ସହରରେ ଥିବା ଡାକ୍ତରଖାନା ଗୁଡିକରେ ମିଳୁଥିବା ସୁବିଧା ଗୁଡିକ ମଣିପାଲ ହସ୍ପିଟାଲ୍‌ସ୍‌ ଯୋଗାଇଦେବାକୁ ପ୍ରତିଶୃତିବଦ୍ଧ।ମଣିପାଲ ହସ୍ପିଟାଲ୍ସର ଚିଫ୍ ପିପୁଲ୍ସ ଅଫିସର୍ ଶ୍ରୀ ପାର୍ଥ ଦାସ ଏହି ସମନ୍ବୟ ଉତ୍ସାହ ପ୍ରକାଶ କରି କହିଛନ୍ତି, “ସମଗ୍ର ପୂର୍ବ ଭାରତରେ ସ୍ବାସ୍ଥ୍ୟସେବା ଯୋଗାଣକୁ ବୃଦ୍ଧି କରିବା ଆମର ଲକ୍ଷ୍ୟ ଦିଗରେ ଏହି ଏକକୀକରଣ ଏକ ଗୁରୁତ୍ବପୂର୍ଣ ପଦକ୍ଷେପ। ରୋଗୀମାନଙ୍କୁ ଉତ୍‌କୃଷ୍ଟ ସେବା ପ୍ରଦାନ କରିବା ସହିତ ଆମ କର୍ମଚାରୀମାନଙ୍କ ମଧ୍ୟରେ ସହ‌ଯୋଗ ଏବଂ ଉତ୍କର୍ଷତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ। ଏହି ଏକକୀକରଣ, କର୍ମଚାରୀ ନୀତିର ମଧ୍ଯ ସମନ୍ବୟକୁ ସୂଚିତ କରେ, ଯାହା ଯାହା ସମସ୍ତ ପ୍ରତିଷ୍ଠାନରେ ଏକ ସମନ୍ବିତ ଏବଂ ସ‌ହାୟକ ପରିବେଶ ସୁନିଶ୍ଚିତ କରିବ। ସମଗ୍ର ଅଞ୍ଚଳରେ ଉଚ୍ଚ-ଗୁଣାତ୍ମକ ଯନ୍ତ୍ର ଏବଂ ଆମର କର୍ମଚାରୀଙ୍କ କଲ୍ୟାଣକୁ ସମ୍ପ୍ରସାରଣ କରି ଆମେ ଆନନ୍ଦିତ । “ଭୁବନେଶ୍ବର ଓ ବିଜୟୱାଡ଼ାର କ୍ଲଷ୍ଟର ନିର୍ଦ୍ଦେଶକ ଡ. ସୁଧାକର କଂଟିପୁଡ଼ିକମତରେ କହିଛନ୍ତି, “ମଣିପାଲ ହସ୍ପିଟାଲ୍‌ରେ ଆମୀ ୟୁନିଟ୍ ର ଏକକୀକରଣ ପାଇଁ ମୁଁ ଆନନ୍ଦିତ।ଭୁବନେଶ୍ବରର ସ୍ବାସ୍ଥ୍ୟସେବା ଉତ୍କର୍ଷତା କ୍ଷେତ୍ରରେ ଏହା ଏକ ନୂତନ ଆରମ୍ଭ ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!