ପୁରୀ,୨୫।୫: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦ ପାଢ଼ୀ ଶୁକ୍ରବାର ଦାୟିତ୍ୱ ନେଇଛନ୍ତି। ବୀର ବିକ୍ରମ ଯାଦବ ଛୁଟିରେ ଯାଇଥିବାରୁ ଅରବିନ୍ଦ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି। ବର୍ତ୍ତମାନର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅନୁପସ୍ଥିତିରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ୨୧ ଦିନ ଛୁଟୀରେ ଅଛନ୍ତି ବୀର ବିକ୍ରମ ଯାଦବ । ଫଳରେ ତାଙ୍କ ଅନୁପସ୍ଥିତିରେ ସେ ଏହି ଦାୟିତ୍ୱ ନିର୍ବାହ କରିବେ । ଦାୟିତ୍ୱ ଗ୍ରହଣ ପରେ ଡ଼. ପାଢୀ ମହାପ୍ରଭୁଙ୍କୁ ଦର୍ଶନ କରି ମନ୍ଦିର ରୀତିନୀତି ସଂପର୍କରେ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |