ଭୁବନେଶ୍ୱର,୨୪।୫: କାଲି ଓଡ଼ିିଶା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟରେ ୩ ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବେ ସ୍ମୃତି । ଦେଶରେ ନିର୍ବାଚନର ୭ ଟି ପର୍ଯ୍ୟାୟ ମଧ୍ୟରୁ ଆଉ ମାତ୍ର ୨ ଟି ପର୍ଯ୍ୟାୟ ବାକି ଥିବା ବେଳେ କେନ୍ଦ୍ରୀୟ ନେତାମାନଙ୍କର ସୁଅ ଓଡିଶାକୁ ଛୁଟିବା ବନ୍ଦ ହେଉନାହିଁ । ହେଭିୱେଟଙ୍କ ପ୍ରଚାରରେ ଜମୁଛି ନିର୍ବାଚନୀ ମାହୋଲ୍। ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି। ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ଆସନ୍ତାକାଲି ସ୍ମୃତି ଇରାନୀ ପ୍ରଥମେ ପାରାଦୀପର କୁଜଙ୍ଗଠାରେ ଜନସଭାରେ ଯୋଗ ଦେବେ। ସେଠାରୁ ସଭା ସାରି କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଆଳିରେ ନିର୍ବାଚନୀ ସଭାରେ ଯୋଗଦେବେ। ଏହାପରେ ରେମୁଣାର ଥିବା କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |