ଭୁବନେଶ୍ୱର,୨୪।୫:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସକାଳେ ଡିପ୍ରେସନ୍ରେ ପରିଣତ ହୋଇଛି। ଏହାର ଗତି ଉତ୍ତର-ପୂର୍ବ ଦିଗକୁ ରହିଛି। ଏହା ଅଧିକ ତୀବ୍ର ହୋଇ ୨୫ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୨୫ ତାରିଖ ରାତି ସୁଦ୍ଧା ବାତ୍ୟା ଭୀଷଣ ରୂପ ନେଇ ଉତ୍ତର ଦିଗକୁ ଗତି କରିବ। ଆସନ୍ତା ୨୬ ତାରିଖ ମଧ୍ୟ ରାତିରେ ବାତ୍ୟା ସାଗର ଆଇଲ୍ୟାଣ୍ଡ ଓ ଖେପୁପରା ମଝିରେ ବଂଲାଦେଶ ଏବଂ ପଶ୍ଚିମବଙ୍ଗ ସୀମା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ବାତ୍ୟା ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା ,ପବନ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲାରେ। ବାତ୍ୟା ‘ରେମଲ’ ଅବପାତର ରୂପ ନେଲାଣି। ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲାରେ ବର୍ଷା ପବନ ଆରମ୍ଭ ହୋଇଯାଇଛି । ଅବପାତ ପ୍ରଭାବରେ ଭୋଗରାଇରେ ବର୍ଷା ହେବା ସହ ପବନ ମଧ୍ୟ ହେଉଛି। ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଶନିବାର ସକାଳ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ପରେ ୨୬ ତାରିଖ ମଧ୍ୟରାତ୍ରୀ ସୁଦ୍ଧା ବାଂଲାସାଗର ଦ୍ୱୀପ ଓ ଖେପୁପାରା ମଧ୍ୟଦେଇ ବାତ୍ୟା ସ୍ଥଳଭାଗ ଛୁଇଁବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବା ସହିତ ଏହା ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ଏହା ବାଂଲାଦେଶ ଉପକୂଳ ଆଡକୁ ଗତି କରୁଛି । ଏହାର ପ୍ରଭାବ ଦେଖିବାକୁ ମିଳିଛି ।ସେହିପରି ପୁରୀ ଅସ୍ତରଙ୍ଗରେ ମଧ୍ୟ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଉପକୂଳରେ ଏହାର ପ୍ରଭାବ ନଥିଲେ ମଧ୍ୟ ଅସ୍ତରଙ୍ଗରେ ବର୍ଷା ସାଙ୍ଗକୁ ହାଲକା ପବନ ଆରମ୍ଭ ହୋଇଯାଇଛି । ଏହି ବର୍ଷା ସାଙ୍ଗକୁ କୋହଲା ପାଗରେ ଅସ୍ତରଙ୍ଗରେ ଅସହ୍ୟ ଗରମରୁ ଆଶ୍ୱସ୍ତି ମିଳିଛି । ବାତ୍ୟାର ପ୍ରଭାବରେ ସମୁଦ୍ର ମଧ୍ୟ ଅଶାନ୍ତ ହୋଇଗଲାଣି । ସେପଟେ କେନ୍ଦ୍ରାପଡା ପାଟକୁରାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ।୨୫ ତାରିଖ ରାତି ସୁଦ୍ଧା ବାତ୍ୟା ଭୀଷଣ ରୂପ ନେଇ ଉତ୍ତର ଦିଗକୁ ଗତି କରିବ। ଏହାର ପ୍ରଭାବରେ ୨୫ରେ ଉପକୂଳ ଓଡ଼ିଶାରେ ୪୦ରୁ ୫୦ କିମି ବେଗରେ ପବନ ବହିବ। ୨୫ ତାରିଖରେ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ ୨୬ରେ ଭଦ୍ରକ ଓ ବାଲେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ନିର୍ଦେଶିକା କହିଛନ୍ତି।ଅପରପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏସଆରସି ପକ୍ଷରୁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୁରଭଞ୍ଜ ଜିଲାପାଳ। ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି। ବାଂଲାଦେଶ ମୁହାଁ ବାତ୍ୟା ପ୍ରଭାବରେ ୪ ଜିଲାରେ ବର୍ଷା ଓ ପବନ ସମ୍ଭାବନା ରହିଥିବାରୁ ବର୍ଷା ଓ ପବନ ନେଇ ଏହି ୪ ଜିଲାର ଜିଲାପାଳଙ୍କୁ ଏସଆରସି ଆଲର୍ଟ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |