ଗଞ୍ଜାମ ,୨୫/୫:ପୋକସୁଙ୍ଗା ନିକଟ ଜଙ୍ଗଲରେ ଗୁଳିକାଣ୍ଡ । ୨ ଜଣଙ୍କୁ ଗୁଳିମାଡ଼। ଗଞ୍ଜାମ ଜିଲ୍ଲା ପୋଲସରାରେ କାଜୁ ତୋଳିବା ବେଳେ ୨ ଜଣଙ୍କୁ ଗୁଳିମାଡ଼ ହୋଇଛି। ୨ ଆହତ ହେଲେ ଅବକାଶ ଜାନି ଓ ରଘୁନାଥ ଜାନି। ତାଙ୍କ ଘର କରସିଙ୍ଗି ପଞ୍ଚାୟତ ପୋକସୁଙ୍ଗା ଗାଁରେ। ଗାଁ ପାଖ ଜଙ୍ଗଲରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ବେଳେ କାରଣ ଅସ୍ପଷ୍ଟ ରହିଛି।ସୂଚନା ଅନୁସାରେ ଆଜି ଉଭୟ ଅବକାଶ ଜାନି ଓ ରଘୁନାଥ ଜାନି କାଜୁ ତୋଳିବା ଲାଗି ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ। କାଜୁ ତୋଳିବା ବେଳେ ପଛରୁ ଉଭୟଙ୍କୁ କେହି ଜଣେ ଗୁଳି ମାଡ଼ କରିଥିଲା। ଫଳରେ ଅବକାଶ ଗୋଡ଼ରେ ୩ ରାଉଣ୍ଡ ଗୁଳି ଓ ରଘୁନାଥ ଗୋଡ଼ରେ ୩ ରାଉଣ୍ଡ ଗୁଲି ବାଜିଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |