ଖବର ପ୍ରସାରଣ ପରେ ଭାଙ୍ଗିଦେଲେ ସୂଚନା ଫଳକ

 

 

ନବରଙ୍ଗପୁର(ମିହିର ଶଙ୍କର ପାତ୍ର,) ,୨୫ା୫ :-ଗଣମାଧ୍ୟମରେ ଖବର ପ୍ରସାରଣ ଦିନକ ପରେ “ତଥ୍ୟ ଲୁଚାଇବା ପାଇଁ ନିର୍ମାଣ ହୋଇଥିବା ସୂଚନା ଫଳକକୁ ଭାଙ୍ଗି ଦିଆଯାଇଛି …. ଏ ବିଷୟରେ ମୁହଁ ଖଳିବାକୁ ନିରବ ବ୍ଲକ ପ୍ରଶାସନ”।ଗାଁ ଗହଳିର ଉନ୍ନତି ପାଇଁ ସରକାର ଦେଉଛନ୍ତି କୋଟି କୋଟି ଟଙ୍କା କିନ୍ତୁ ବ୍ଲକ ପ୍ରଶାସନର ଆନ୍ତରିକତା ଆବାହବାରୁ ଅଟକି ରହୁଛି କାମ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଡାବୁଗାଁ ବ୍ଲକ ଡ଼ଙ୍ଗରିଗୁଡା ପଞ୍ଚାୟତର ପିଡବ୍ଲୁଡି ରାସ୍ତାରୁ ଦଶମୁଣ୍ଡିଆ ରାସ୍ତା ଉନ୍ନତି ଏଵଂ କଲଭଟ ନିର୍ମାଣ ପାଇଁ ମନରେଗା ଯୋଜନରେ ୫ଲକ୍ଷ୍ୟ ଟଙ୍କା ୨୦୨୨-୨୩ରେ କୋଡ଼ିଙ୍ଗ ହୋଇ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ କେବଳ ସୂଚନା ଫଳକ କାର୍ଯ୍ୟ ଅଟକି ରହିଛି ।ଏହି କାମ ବିଷୟରେ ଡାବୁଗାଁ ଦାୟିତ୍ୱ ରେ ଥିବା ଏପିଓ ବାର୍ନବାସ ନାୟକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏହି କାମରେ ମାଟି କାମରେ 38 ହଜାର ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ସୂଚନା ଲୁଚାଇବା ପାଇଁ ସୂଚନା ଫଳକରେ ଭୁଲ ୱାର୍କ କୋଡ଼ ଲେଖା ଯାଇଥିବା ଦେଖିବାକୁ ମିଳିଥିଲା। ଏହି ରାସ୍ତାରେ ଏଭଳି କଣସି ମାଟି କାମ ହଇ ନାହିଁ।ଅଧିକ ଜାଣିବା ପାଇଁ ଡାବୁଗାଁ ବିଡ଼ିଓ ଶରତ ମାଝୀଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ହଇ ନଥିଲା କିନ୍ତୁ ଦୁଃଖର ଶହ କହିବାକୁ ପଡୁଛି ତଥ୍ୟ ଲୁଚାଇବାକୁ ଚେଷ୍ଟା କରି ଏହି ସ୍ଥାନରେ ଥିବା ସୂଚନା ଫୋଳକକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ଏଭଳି କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ହୋଇ ପଡୁଛି। କାରଣ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ବ କଲେ ଧୀରେ ଧୀରେ ବ୍ଲକ ପ୍ରଶାସନର ଘୁମର ଖାଳିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!