ଭୁବନେଶ୍ୱର, ୨୬।୫:ରାଜ୍ୟରେ ଶନିବାର ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ସମ୍ବଲପୁର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ଭୋଟିଂ ସରିଛି । ଇଭିଏମରେ ସିଲ୍ ହୋଇଛି ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ । ଏହି ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର- ଭୁବନେଶ୍ୱର, ପୁରୀ, ସମ୍ବଲପୁର, ଢେଙ୍କାନାଳ, କଟକ ଓ କେନ୍ଦୁଝର ତଥା ଏସବୁ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ଗ୍ରହଣ କରାଯାଇଥିଲା। ଏହି ପର୍ଯ୍ୟାୟରେ ପ୍ରାୟ ୭୧ ପ୍ରତିଶତ ଭୋଟିଂ ହୋଇଛି।ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଏବେ ଯାଏ ରେକର୍ଡ ହୋଇଛି ୭୦.୯୯ ପ୍ରତିଶତ ଭୋଟିଂ। ସର୍ବାଧିକ ପୋଲିଂ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ହୋଇଛି। ଏଠାରେ ୭୬.୬୩ ପ୍ରତିଶତ ମତଦାନ ହୋଇଛି। ସବୁଠୁ କମ୍ ମତଦାନ ଭୁବନେଶ୍ୱରରେ ହୋଇଛି। ଭୁବନେଶ୍ୱରରେ ମାତ୍ର ୬୨ ପ୍ରତିଶତ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି।ପୁରୀରେ ୭୩.୮୧% ମତଦାନ ହୋଇଥିବା ବେଳେ ଢେଙ୍କାନାଳରେ ୭୩.୬୯, କେନ୍ଦୁଝରରେ ୭୩.୩୦ ଓ କଟକରେ ୬୭.୩୬ ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଛି। ଏହି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ରାଜ୍ୟର ବିଭିନ୍ନ ଷ୍ଟ୍ରଙ୍ଗରୁମରେ ଇଭିଏମଗୁଡ଼କୁ ନେଇ ରଖାଯାଇଛି।ରାଜ୍ୟରେ ଆସନ୍ତା ଜୁନ୍ ୧ ତାରିଖରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ଏବଂ ଏସବୁର ଅନ୍ତର୍ଗତ ବିଧାନସଭା କ୍ଷେତ୍ର ପାଇଁ ଭୋଟ୍ ଗ୍ରହଣ କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |