ବାତ୍ୟା ‘ରେମାଲ’ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେଲା

ଭୁବନେଶ୍ୱର, ୨୬।୫:ବାତ୍ୟା ରୂପ ନେଲା ଗଭୀର ଅବପାତ । ଏହାର ନାମକରଣ ‘ରେମାଲ’ ରଖାଯାଇଛି। ଘଣ୍ଟାପ୍ରତି ୧୬ କିମି ବେଗରେ ଗତି କରୁଛି ବାତ୍ୟା। ଉତ୍ତର-ପଶ୍ଚିମ ଓ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏହା ଅଧିକ ଘନୀଭୂତ ହୋଇ ଆଜି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ରେମାଲ।ବାତ୍ୟା ଉତ୍ତର ଦିଗରେ ଗତି କରି ଆଜି ମଧ୍ୟରାତିରେ ଭୀଷଣ ବାତ୍ୟା ରୂପରେ ବାଂଲାଦେଶ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳର ସାଗର ଦ୍ୱୀପ ଓ ଖେପୁପରା ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ରେମାଲ’ ଅଧିକ ଘନୀଭୂତ ଓ ଶକ୍ତିଶାଳୀ ହୋଇ କୂଳ ଆଡକୁ ଘଣ୍ଟାକୁ ୧୭କି.ମି. ବେଗରେ ଉତ୍ତର ପୂର୍ବ ଅଗ୍ରସର ହେଉଥିବା ଓଡିଶା ଏବଂ ପଶ୍ଚିମବଙ୍ଗ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏଭଳି ସ୍ଥିତିରେ ୨ ରାଜ୍ୟ ପ୍ରଶାସନ ବାତ୍ୟା ମୁକାବିଲା ନିମନ୍ତେ ଜରୁରୀକାଳୀନ ଭିତ୍ତିରେ ବ୍ୟାପକ ପ୍ରସ୍ତୁତି କରିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ରହିବ ବୋଲି IMD ପକ୍ଷରୁ ଆକଳନ କରାଯାଇଛି। ଓଡ଼ିଶା ଉପରେ ପଡ଼ିବନି ବାତ୍ୟାର ସିଧାସଳଖ ପ୍ରଭାବ। ପ୍ରଭାବରେ 4ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ବାତ୍ୟା ଓଡିଶାକୁ ବିଶେଷ ପ୍ରଭାବିତ କରି ନ ପାରେ ବୋଲି ଜଳବାୟୁ ବୈଜ୍ଞାନିକମାନେ ଆକଳନ କରି କହୁଥିବା ବେଳେ ଓଡିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଜିଲାରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ଝଟ୍‌କା ପବନ ବହିବ ବୋଲି ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!