ଆଜି କୋଲକାତା ନାଇଟ୍ ରାଇଡର୍ସ-ସନରାଇଜର୍ସ ହାଇଦ୍ରାବାଦ ଟକ୍କର

ଚେନ୍ନାଇ,୨୫ା୫ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ ତମ ସଂସ୍କରଣର ଫାଇନାଲ ରବିବାର ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଆଜି ଆଇପିଏଲ ୨୦୨୪ର ଫାଇନାଲରେ ପରସ୍ପର ସହ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଓ ସନ୍ ରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ।ଏହା ପୂର୍ବରୁ ପ୍ରଥମ କ୍ୱାଲିଫାୟରରେ କୋଲକାତା ବିଜୟୀ ହୋଇଥିବା ବେଳେ ଫାଇନାଲରେ ଆଉ ଥରେ ପରସ୍ପର ସମ୍ମୁଖୀନ ହେବାକୁ ଯାଉଛନ୍ତି। କୋଲକାତା ଅଧିନାୟକ ଶ୍ରେୟସ୍‌ ଆୟର ନିଜର ଦ୍ୱିତୀୟ ଆଇପିଏଲ୍‌ ଫାଇନାଲ ଖେଳିବାକୁ ଯାଉଛନ୍ତି। ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆର ବିଶ୍ୱକପ ବିଜୟୀ ଅଧିନାୟକ ପ୍ୟାଟ୍‌ କୁମିନ୍ସଙ୍କ ଅଧୀନରେ ଖେଳିବ ସନରାଇଜର୍ସ । ସେହିପରି ଚେନ୍ନାଇର ଗ୍ରାଉଣ୍ଡ ଓ ପରିବେଶ ମଧ୍ୟ କୋଲକାତାକୁ ଅଧିକ ସୁହାଇବ। ଦଳ ନିକଟରେ କ୍ୱାଲିଟି ସ୍ପିନ ବୋଲର ରହିଥିବା ବେଳେ ଏହା ଦଳକୁ ଫାଇଦାରେ ରଖିବ।ଉଭୟ ଦଳ ଚଳିତ ଟୁର୍ନାମେଣ୍ଟରେ ଆକ୍ରମଣାତ୍ମକ ବ୍ରାଣ୍ଡ୍‌ର କ୍ରିକେଟ ଖେଳିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଖାସ୍‌କରି ଆକ୍ରମଣାତ୍ମକ ବ୍ୟାଟିଂର ଏକ ନୂଆ ଟ୍ରେଣ୍ଡ୍‌ ସେଟ୍‌ କରିଛି। ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା ଓ ଟ୍ରାଭିସ୍‌ ହେଡ୍‌ ଚମତ୍କାର ଫର୍ମରେ ରହିଛନ୍ତି। ଉଭୟ ଖେଳାଳି ଅଧିକାଂଶ ମ୍ୟାଚରେ ହାଇଦ୍ରାବାଦକୁ ଭଲ ଆରମ୍ଭ ଦେଇଛନ୍ତି। ଏହା ସହ ହେନ୍‌ରିଚ୍‌ କ୍ଲାସେନ୍‌ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି। ତେବେ ଏହି ୩ ଖେଳାଳିଙ୍କୁ ବାଦ୍‌ଦେଲେ ଅନ୍ୟ କୌଣସି ଖେଳାଳିଙ୍କ ନିକଟରୁ ଉପଯୋଗୀ ଅବଦାନ ମିଳି ପାରି ନାହିଁ। ବଡ ମ୍ୟାଚ୍‌ରେ ଏହା ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ। ତେବେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବା ରାହୁଲ ତ୍ରିପାଠୀ ଅନ୍ତିମ ଦୁଇ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଛନ୍ତି।ଅନ୍ୟ ପକ୍ଷରେ କୋଲକାତା ନାଇଟ ରାଇଡର୍ସ ୪୩୫ ରନ୍‌ ସଂଗ୍ରହ କରିଥିବା ଫିଲ୍‌ ସଲ୍ଟଙ୍କ ଅଭାବ ଅନୁଭବ କରିବ। ଚେପକ୍‌ର ଧିମା ଟ୍ରାକ୍‌ରେ ସଲ୍ଟଙ୍କ ଉପସ୍ଥିତି ଦଳକୁ ଫାଇଦା ପ୍ରଦାନ କରିଥାଏ। ଦଳ ପକ୍ଷରୁ ସୁନୀଲ ନାରିନ୍‌(୪୬୧ ରନ୍‌) ଉଭୟ ବ୍ୟାଟ୍‌ ଓ ବଲ୍‌ ଜରିଆରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଆନ୍ଦ୍ରେ ରସେଲ୍‌ ଉପଯୋଗୀ ରନ୍‌ କରିଥିବା ବେଳେ ରିଙ୍କୁ ସିଂଙ୍କ ପାଇଁ ଚଳିତ ସିଜନ ସମ୍ପୂର୍ଣ୍ଣ ଅଫ୍‌ ରହିଛି। ଅଧିନାୟକ ଶ୍ରେୟସ୍‌ ଆୟର କ୍ୱାଲିଫାୟର-୧ରେ ଅର୍ଦ୍ଧଶତକ ସହ ଫର୍ମକୁ ଫେରିଛନ୍ତି। ବୋଲିଂରେ ନାରିନଙ୍କ ସହ ବରୁନ୍‌ ଚକ୍ରବର୍ତ୍ତୀ, ବୈଭବ ଅରୋରା ଓ ଆନ୍ଦ୍ରେ ରସେଲ ରହିଛନ୍ତି। ଅନ୍ୟ ପକ୍ଷରେ ସନରାଇଜର୍ସ ନିକଟରେ ପ୍ରମୁଖ ସମସ୍ୟା ଏହାର ସ୍ପିନ୍‌ ବୋଲିଂ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!