ଭୁବନେଶ୍ବର,୨୬।୪: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ। ୨୮ରେ ଓ ୨୯ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ। ୨୮ରେ ଶ୍ରୀ ଶାହ ୩ଟି ଜନସଭାକୁ ସମ୍ବୋଧନକୁ କରିବେ। ଚାନ୍ଦବାଲି, କୋରୋଇ ଓ ନିମାପଡ଼ାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ। ସେହିପରି ୨୯ରେ ପ୍ରଧାନମନ୍ତ୍ରୀ ଦିନିକିଆ ଗସ୍ତରେ ଆସି ବାରିପଦା ଛଉ ପଡ଼ିଆରେ ଦିନ ୧୨ଟା ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ଦିନ ୩ଟା ୩୦ ବାଲେଶ୍ୱରରେ ସେ ଉଦବୋଧନ ଦେବେ। ପରେ ସେ କେନ୍ଦ୍ରାପଡ଼ାରେ ଜନସଭାରେ ଯୋଗ ଦେବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |