ଚିଙ୍ଗୁଡ଼ି ଘେରିରେ ଏକ ୧୨ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

କେନ୍ଦ୍ରାପଡ଼ା ,୨୬।୪:ଧରାପଡ଼ିଲା ବିଶାଳ ଅଜଗର। ଚିଙ୍ଗୁଡ଼ି ଘେରିରେ ଚିଙ୍ଗୁଡ଼ି ଖାଉଥିବା ବେଳେ ଧରାପଡ଼ିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବଜରପୁର ପୋଖରୀ ସାହି ଗାଁରେ।ପୋଖରୀ ସାହି ଗାଁର ମେଘୁ ସାହୁ ଓ ବିଷ୍ଣୁ ଦାସଙ୍କ ଚିଙ୍ଗୁଡ଼ି ଘେରିରେ ଏକ ୧୨ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ଆଜି ଅଜଗର ସାପ ଘେରିରେ ପଶି ଚିଙ୍ଗୁଡ଼ି ଖାଉଥିଲା। ଗାଁ ଲୋକ ଅଜଗରକୁ ଦେଖି ସ୍ନେକ ହେଲ୍ପ ଲାଇନ୍‌କୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନର ସଦସ୍ୟ ତପନ କୁମାର ଜେନା ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ତେବ ବଜରପୁର ଗାଁ ଟି ଭିତରକନିକା ଅଭୟାରଣ୍ୟ ନିକଟବର୍ତ୍ତୀ ହୋଇଥିବାରୁ ଖାଦ୍ୟ ଅନ୍ୱେଷଣ ରେ ଅଜଗରଟି ଚାଲିଆସିଥିବା କୁହାଯାଉଛି। ଉଦ୍ଧାର ପରେ ଅଜଗରକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!