କେଦାରନାଥ ଧାମରେ ୧୮ ଦିନରେ ବାବାଙ୍କ ଦର୍ଶନ କଲେ ୫ ଲକ୍ଷ ଭକ୍ତ

ନୂଆଦିଲ୍ଲୀ,୨୭।୫:  ବାବା କେଦାରଙ୍କୁ ଦେଖିବା ପାଇଁ ଭକ୍ତମାନେ ଅସମ୍ଭାଳ ଭିଡ଼ ଜମାଇଛନ୍ତି । କେଦାରଘାଟୀଠାରୁ ଆରମ୍ଭ କରି କେଦାରନାଥ ଧାମ ପର୍ଯ୍ୟନ୍ତ ଭରପୂର ତୀର୍ଥଯାତ୍ରୀ । ଚଳିତ ବର୍ଷ ଯେତିକି ଭକ୍ତ ବାବାଙ୍କୁ ଦର୍ଶନ କରିବେ ବୋଲି ଆକଳନ କରାଯାଉଥିଲା ତାଠୁ ଢେର ଅଧିକ ଭକ୍ତ ବାବ କେଦାରଙ୍କ ଦର୍ଶନ କରିଛନ୍ତି । ଚଳିତ ବର୍ଷ ମାତ୍ର ୧୮ ଦିନରେ ପାଞ୍ଚ ଲକ୍ଷରୁ ଅଧିକ ଭକ୍ତ କେଦାରନାଥ ଯାଇ ବାବା କେଦାରଙ୍କ ଦର୍ଶନ କରିଛନ୍ତି । ଯାହା ପୂର୍ବ ବର୍ଷଗୁଡ଼ିକର ଥିବା ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି ।ଚଳିତ ଥର ଆରମ୍ଭରୁ ଏ ପର୍ଯ୍ୟନ୍ତ, ତିରିଶ ହଜାରରୁ ଅଧିକ ଭକ୍ତ ପ୍ରତିଦିନ ବାବା କେଦାରଙ୍କ ଦର୍ଶନ କରିବାକୁ ଆସୁଛନ୍ତି । କେଦାରନାଥ ଧାମ ଯାତ୍ରା ଉପରେ ମଧ୍ୟ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି । ତୀର୍ଥଯାତ୍ରୀମାନଙ୍କୁ ଚାଲିବା ମାର୍ଗ ସହିତ ଶୌଚାଳୟ, ବିଦ୍ୟୁତ, ସଂଚାର, ରହିବା ଏବଂ ଖାଦ୍ୟ ଭଳି ସୁବିଧା ଯୋଗାଇ ଦିଆଯାଉଛି । ଏହା ବ୍ୟତୀତ ପ୍ରତ୍ୟେକ ହେଲିପ୍ୟାଡ୍‌, କେଦାରନାଥ ଧାମ, ଚଲାପଥ ଏବଂ ରାଜପଥକୁ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ରଖାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!