ମୁଁ ସମ୍ପୂର୍ଣ୍ଣ ସୁସ୍ଥ, ମୋ ସ୍ବାସ୍ଥ୍ୟ ନୁହେଁ ପ୍ରଧାନମନ୍ତ୍ରୀଙ୍କୁ ଭୋଟ ଚିନ୍ତା:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୯।୫:ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କରିବାକୁ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରିପଦା, ବାଲେଶ୍ୱର ପରେ କେନ୍ଦ୍ରାପଡ଼ାରେ ଆୟୋଜିତ ବିଜୟ ସଙ୍କଳ୍ପ ଯାତ୍ରାରେ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମୋଦି। ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏବେ ନବୀନ ବାବୁଙ୍କ ଶୁଭଚିନ୍ତକ ବହୁତ ଚିନ୍ତାରେ ଅଛନ୍ତି। ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଏତେ ଖରାପ କେମିତି ହେଲା? ନବୀନବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି। ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ଅଛି କି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେସମିଟ୍। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୋ ସ୍ବାସ୍ଥ୍ୟାବସ୍ଥା କଥା ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ଉଠାଇଛନ୍ତି। ତଦନ୍ତ କରିବା କଥା କହିଛନ୍ତି। ଭୋଟ ପାଇଁ ପ୍ରଧାନମନ୍ତ୍ରୀଙ୍କ ମୋ ସ୍ବାସ୍ଥ୍ୟାବସ୍ଥା ଚିନ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯଦି ମୋର ଶୁଭ ଚିନ୍ତକ ତାହେଲେ ମୋତେ ଫୋନ୍‌ କରିପାରିଥାନ୍ତେ। ମୋର ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ କମିଟି ଗଠନ କରିବେ କହିଛନ୍ତି। ଯଦି କମିଟି କରିବେ, ତାହେଲେ ଅପପ୍ରଚାରର ତଦନ୍ତ କରାନ୍ତୁ। ଏହା ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ଚାଲ୍। ମୋ ସ୍ବାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ଚାଲିଛି।  ସାରା ରାଜ୍ଯରେ ମୁଁ ନିର୍ବାଚନ ପ୍ରଚାର କରୁଛି।  ମୋ ସ୍ବାସ୍ଥ୍ୟ ଖରାପ ଥିଲେ ମୁଁ ଏତେ ଖରାରେ ପ୍ରଚାର କରି ନ ଥାନ୍ତି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!