ମେସିନ ରେ ଚାଲିଛି ହଳଦୀଡ଼ଙ୍ଗରି ରୁ ଜଗିଚଟାନ ରାସ୍ତା କାମ ପ୍ରଶାସନ ର ଦୃଷ୍ଟି ପଡୁନି

 

ନବରଙ୍ଗପୁର( ମିହିର ଶଙ୍କର ପାତ୍ର)  ,୨୯।୫:-ରାଇଘର ମନେରଗା କାମ ଯାହାକି ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଏହି ଯୋଜନା ରେ ଶ୍ରମିକ ଙ୍କ ନିଜ ବ୍ୟାଙ୍କ ଖାତାରେ ଯିବ ସରକାରି ପଇସା କିନ୍ତୁ କେତେକ ଜାଗାରେ ଶ୍ରମିକ କାମ ନ କରି ମେସିନ ରେ କରାଯାଉଛି କାମ ଏବଂ ଶ୍ରମିକ ଙ୍କ ନାମ ଦର୍ଶାଇ ଶ୍ରମିକ ଙ୍କ ବ୍ୟାଙ୍କ ଖାତାକୁ ଯାଉଛି ପଇସା ଏଥିପ୍ରତି ପ୍ରଶାସନ ର ନଜର ପଡୁନି ସୂଚନା ଥାଉ କି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର କୁମୁଲି ପଂଚାୟତ ର ହଳଦୀଡ଼ଙ୍ଗରି ଗ୍ରାମ ରୁ ଯୋଗୀଚଟାନ ଗ୍ରାମ କୁ ସରକାରୀ ତରଫରୁ ରାସ୍ତା ପାଇଁ ଅନୁମୋଦନ ହୋଇଥିବା ବେଳେ ଏହି ରାସ୍ତା ମେସିନ ସାହାଯ୍ୟ ରେ ତିଆରି ଚାଲିଛି ଏହି କାମ ପାଖରେ କୌଣସି ସୂଚନାଫଳକ ନାହିଁ ଏହି କାର୍ଯ୍ୟ ର ଅଟକଳ ମୂଲ୍ୟ କେତେ ମେଟ ଙ୍କ ନାମ କଣ ତାହା ମଧ୍ୟ ଜଣାପଡ଼ିନାହିଁ ସୂଚନାଥାଉ କି ପଂଚାୟତ ଅଧିକାରୀ ଏହି କାର୍ଯ୍ୟବିଷୟରେ ଜାଣିନଥିବା କହିଛନ୍ତି, ବଡ଼ ଆର୍ଚଯ୍ୟ ର କଥା ବାରମ୍ବାର ସରକାର ଙ୍କ ନିର୍ଦେଶ ରହିଛି କାମ ଆରମ୍ଭ ପୂର୍ବରୁ କାମ ପାଖେ ସୂଚନା ଫଳକ ତିଆରି କରିବାର କିନ୍ତୁ ଏହି ନିୟମକୁ ସମ୍ପୂର୍ଣ ଭାବେ ଅଣଦେଖା କରାଯାଇଛି ଗୋଟେପଟେ ଲୋକେ କାମ ନ ପାଇଁ ଦାଦନ ଖଟିବାକୁ ଯାଉଥିବା ବେଳେ ଗୋଟେ ପଟେ ଶ୍ରମିକ କୁ କାମ ନ ଦେଇ ମେସିନ ରେ କରାଯାଉଛି ସରକାରି କାମ ଏଥିପ୍ରତି ବ୍ଲକ ର କୈଣସି ପ୍ରଶାସନିକ ଅଧିକାରୀ ଙ୍କ ନଜର ପଡୁନି ଯଥାଶୀଘ୍ର ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!