୨୪ ଘଣ୍ଟାରେ କେରଳରେ ପହଞ୍ଚିବ ମୌସୁମୀ

ନୂଆଦିଲ୍ଲୀ,୨୯।୫:  ଆସନ୍ତା ୨୪ ଘଣ୍ଟାରେ ମୌସୁମୀ କେରଳରେ ପହଞ୍ଚିବ। ଫଳରେ ଦେଶରେ ଜାରି ରହିଥିବା ଅସହ୍ୟ ତାତି ଲହରରୁ ମୁକ୍ତି ମିଳିବ। ଦିଲ୍ଲୀ-ଏନସିଆର ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ତାପମାତ୍ରା ୪୮ ଡିଗ୍ରୀରେ ପହଞ୍ଚିଛି। ପ୍ରବଳ ଉତ୍ତାପକୁ ଦୃଷ୍ଟିରେ ରଖି ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନା ମଧ୍ୟାହ୍ନ ୧୨ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ ନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଦିଲ୍ଲୀର ତାପମାତ୍ରା ୫୨.୩ ଡିଗ୍ରୀରେ ପହଞ୍ଚି ରେକର୍ଡ କରିଛି। ତେବେ ଏଥିରୁ ଲୋକଙ୍କୁ ଆଶ୍ବସ୍ତି ମିଳିବାକୁ ଯାଉଛି।ଆସନ୍ତା ୨୪ ଘଣ୍ଟାରେ ମୌସୁମୀ କେରଳରେ ପହଞ୍ଚିବ।   ବର୍ଷା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଇଏମଡି ସୂଚନା ଦେଇଛି ଯେ ମେ’ ୩୦ରେ ଦିଲ୍ଲୀ, ପଶ୍ଚିମ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନରେ ବର୍ଷା ହୋଇପାରେ। ଏଥି ସହିତ ଆଇଏମଡି ଅନୁଯାୟୀ ବରିଷ୍ଠ ବୈଜ୍ଞାନିକ ନରେଶ କୁମାର କହିଛନ୍ତି ଯେ ମୌସୁମୀ ପାଇଁ ଅନୁକୂଳ ସ୍ଥିତି ରହିଛି। ଆମେ ଅନୁମାନ କରୁଛୁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୌ ସୁମୀ କେରଳରେ ପହଞ୍ଚିପାରେ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!