କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର:ବଢ଼ିଲା ଗ୍ରାଚୁଇଟି ସୀମା

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ପାଇଁ ଖୁସି ଖବର  । କିଛିଦିନ ପୂର୍ବେ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢାଇବା ପରେ ସରକାର ଏବେ ଗ୍ରାଚ୍ୟୁଇଟି ରାଶି ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ନିକଟରେ ନିଜର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪% ବୃଦ୍ଧି କରିଥିଲେ। ଫଳରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦%ରେ ପହଞ୍ଚି ଯାଇଥିଲା। ଏପରି ମହଙ୍ଗା ଭତ୍ତା ବୃଦ୍ଧିର ସକାରାତ୍ମକ ପ୍ରଭାବ ଅବସରପ୍ରାପ୍ତ ଗ୍ରାଚୁଇଟି  ସମେତ ଏକାଧିକ ଭତ୍ତା ଉପରେ ପଡ଼ିଛି।ମହଙ୍ଗା ଭତ୍ତା ବୃଦ୍ଧି ଯୋଗୁ କେନ୍ଦ୍ରୀୟ କର୍ମଚାରୀମାନେ ମଧ୍ୟ ଲାଭବାନ ହୋଇଛନ୍ତି। ୨୦୨୪ ମେ’ ୩୦ରେ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ କେନ୍ଦ୍ର ସରକାର ସପ୍ତମ ବେତନ କମିଶନଙ୍କ ସୁପରିସକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବାରୁ ଅବସରପ୍ରାପ୍ତ ଗ୍ରାଚୁଇଟି ଓ ମୃତ୍ୟୁକାଳୀନ ଗ୍ରାଚୁଇଟିର ସୀମା ମଧ୍ୟ ବୃଦ୍ଧି ପାଇଛି। ସରକାର ଅବସର ନେଉଥିବା କର୍ମଚାରୀଙ୍କ ଗ୍ରାଚୁଇଟି କୁ ୨୫% ବୃଦ୍ଧି କରିଛନ୍ତି । ୨୦୨୪ ମେ ୩୦ ତାରିଖର ଅଫିସ ସର୍କୁଲାର (ଓଏମ୍) ଅନୁଯାୟୀ ଅବସର ଗ୍ରାଚ୍ୟୁଇଟିର ସର୍ବୋଚ୍ଚ ସୀମା ୨୦ ଲକ୍ଷଟଙ୍କାରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ୨୦୨୪ ଜାନୁଆରୀ ପହିଲାରୁ କାର୍ଯ୍ୟକାରୀ ହେବ। ପୂର୍ବରୁ ୨୦୨୪ ଏପ୍ରିଲ ୩୦ରେ ସମାନ ଘୋଷଣା କରାଯାଇଥିଲେ ମଧ୍ୟ ମେ ୭ତାରିଖରେ ଏହାକୁ ସ୍ଥଗିତ ରଖାଯାଇଥିଲା।ଚ୍ୟୁଇଟି ହେଉଛି କର୍ମଚାରୀଙ୍କୁ କ୍ରମାଗତ ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ସେବା ପ୍ରଦାନ କରିବା ପାଇଁ ନିଯୁକ୍ତିଦାତା ଦ୍ୱାରା ପ୍ରଦାନ କରାଯାଉଥିବା ଏକ ଲାଭ ଯୋଜନା । ପେମେଣ୍ଟ  ଅଫ୍ ଗ୍ରାଚ୍ୟୁଇଟି ଆକ୍ଟ, ୧୯୭୨ ଅନୁଯାୟୀ ଯଦି କୌଣସି କର୍ମଚାରୀ କୌଣସି ସଂସ୍ଥାରେ ଅତି କମରେ ୫ ବର୍ଷ ପର୍ଯ୍ୟନ୍ତ ନିରନ୍ତର ଭାବେ କାର୍ଯ୍ୟ କରନ୍ତି ତେବେ ତାଙ୍କୁ ଗ୍ରାଚ୍ୟୁଇଟି ମିଳିପାରିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!