ମାଲବାହୀ ଟ୍ରେନର ୪ ବଗି ଲାଇନଚ୍ୟୁତ

ଭୁବନେଶ୍ୱର,୧।୬: କଣ୍ଟାବାଞ୍ଜି ଷ୍ଟେଶନ ନିକଟରେ ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ କାମ ଚାଲିଛି। ତେବେ ବଗି ଲାଇନଚ୍ୟୁତ ହେବାରୁ ୨ଟି ଏକ୍ସପ୍ରେସ ବାତିଲ କରାଯାଇଛି। ରାୟପୁର-ଟିଟିଲାଗଡ଼, ଜୁନାଗଡ଼ ରୋଡ-ରାୟପୁର ଏକ୍ସପ୍ରେସ ବାତିଲ ହୋଇଛି। ଘଟଣାସ୍ଥଳରେ ସମ୍ବଲପୁର ଡିଆରଏମ୍‌ଙ୍କ ସହ ବରିଷ୍ଠ କର୍ମଚାରୀ ଉପସ୍ଥିତ ଅଛନ୍ତି। କଣ୍ଟାବାଞ୍ଜି ରେଳ ଷ୍ଟେସନ ନିକଟ ୧୬୮/୧୮ ଖୁଣ୍ଟ ନିକଟରେ ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ଲାଇନଚ୍ୟୁତ ହେବା ଫଳରେ ୪ଟି ବଗି ଟ୍ରାକ ବାହାରକୁ ହେଇଯାଇଥିଲା। ଏହା ଫଳରେ ଏହି ଟ୍ରାକରେ ଟ୍ରେନ ଚଳାଚଳ ବନ୍ଦ ହୋଇଥିଲା। ଖୋଦ ସମ୍ବଲପୁର ଡିଭିଜନ ଡିଆରଏମ ଓ ରେଳବାଇ ଅଧକାରୀ ଉପସ୍ଥିତରେ ଯୁଦ୍ଧକାଳୀନ ଭିତ୍ତିରେ ରେଳ କର୍ମଚାରୀମାନେ ଟ୍ରାକ ବାହାରେ ଥିବା ବଗିକୁ ଉଦ୍ଧାର କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!