ନୂଆଦିଲ୍ଲୀ,୧।୬: ଆଜିଠାରୁ ୭୨ ଟଙ୍କା କମ୍ ମୂଲ୍ୟରେ ମିଳିପାରିବ ଏଲପିଜି ସିଲିଣ୍ଡର । ଅଏଲ କମ୍ପାନୀମାନଙ୍କ କହିବା ଅନୁସାରେ, ୧୯ କେ.ଜି କମର୍ସିଆଲ ସିଲିଣ୍ଡରର ଦାମ ପରିବର୍ତ୍ତନ କରାଯାଇଛି । କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ୍ ୭୨ ଟଙ୍କା ହ୍ରାସ ହୋଇଥିବା ବେଳେ ଘରୋଇ ଗ୍ୟାସ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଲଗାତାର ତୃତୀୟ ମାସରେ କମର୍ସିଆଲ ଗ୍ୟାସ ଦର କମ୍ ହୋଇଛି । ତେବେ ଜୁନ୍ ୧ ତାରିଖରୁ ଏହି ନୂଆ ରେଟ୍ ଲାଗୁ କରିବା ପାଇଁ IOCLର ୱେବସାଇଟରେ ଜାରି କରାଯାଇଛି ।ରାଜଧାନୀ ଦିଲ୍ଲୀରେ ସିଲିଣ୍ଡରର ଦାମ୍ ୬୯.୫୦ ଟଙ୍କା ହ୍ରାସ ପାଇଥିବା ବେଳେ ବର୍ତ୍ତମାନର ନୂଆ ମୂଲ୍ୟ ୧୬୭୬ ଟଙ୍କାରେ ପହଞ୍ଚିଛି । ସେହିପରି କୋଲକାତାରେ ସିଲିଣ୍ଡରର ଦାମ୍ ୭୨ ଟଙ୍କା ହ୍ରାସ ପାଇଛି । ବର୍ତ୍ତମାନ କୋଲକାତା ସହରରେ ସିଲିଣ୍ଡରର ମୂଲ୍ୟ ୧୭୮୭ ଟଙ୍କାରେ ପାଇପାରିବେ ଗ୍ରାହକ । ମୁମ୍ବାଇରେ ସିଲିଣ୍ଡରର ଦାମ୍ ୬୯.୫୦ ଟଙ୍କା ହ୍ରାସ ପରେ ୧୬୨୯ ଟଭ୍କାରେ ଅଟକିଥିବା ବେଳେ ଚେନ୍ନାଇରେ ୧୮୪୦.୫୦ ଟଙ୍କା ରହିଛି ନୂଆ ସିଲିଣ୍ଡରର ମୂଲ୍ୟ । ଚଣ୍ଡୀଗଡ଼ରେ ୧୯ କେ.ଜି କମର୍ସିଆଲ ସିଲିଣ୍ଡର ୧୬୯୭ ଟଙ୍କା ରହିଥିବା ବେଳେ ପାଟନାରେ ଏହି ନୂଆ ରେଟ୍ ୧୯୩୨ରେ ପହଞ୍ଚିଛି । ମଧ୍ୟପ୍ରଦେଶର ଭୋପାଳରେ ୧୭୦୪ ଟଙ୍କାରେ ବର୍ତ୍ତମାନ କମର୍ସିଆଲ ଗ୍ୟାସ ମିଳିପାରିବ ଏବଂ ଉତ୍ତରପ୍ରଦେଶର ଲକ୍ଷେ୍ନøରେ ଏହି ରେଟ୍ ୨୦୫୦ ଟଙ୍କାକୁ ଖସିଆସିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |