ଆଜିଠୁ ଟି-୨୦ ବିଶ୍ୱକପ୍‌ : ଉଦଘାଟନୀ ମ୍ୟାଚରେ ଆମେରିକାର ଐତିହାସିକ ବିଜୟୀ

ଟେକ୍ସସ,୨।୬: ଇସିସି ବିଶ୍ୱକପ୍‌ର ୯ମ ସଂସ୍କରଣ ଯୁକ୍ତରାଷ୍ଟ୍ର ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆରମ୍ଭ ହୋଇଯାଇଛି। ଭାରତୀୟ ସମୟ ଅନୁସାରେ ରବିବାର ସକାଳ ୬ଟାରେ ଆୟୋଜକ ଆମେରିକା ଓ କାନାଡା ମଧ୍ୟରେ ଚଳିତ ସଂସ୍କରଣର ଉଦ୍‌ଘାଟନୀ ମୁକାବିଲା ଖେଳାଯାଇଛି। ଡଲାସର ଗ୍ରାଣ୍ଡ ପ୍ରାଇରି ଷ୍ଟାଡିୟମରେ ଗ୍ରୁପ୍‌-ଏ’ର ଏହି ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। ଟି ୨୦ ବିଶ୍ବକପ ୨୦୨୪ଉଦଘାଟନୀ ମୁକାବିଲାରେ ଐତିହାସିକ ବିଜୟ ହାସଲ କରିଛି ସହ-ଆୟୋଜକ ଯୁକ୍ତରାଷ୍ଟ୍ର ଆମେରିକା। ପ୍ରଥମ ମ୍ୟାଚରେ ଆମେରିକା କାନାଡାକୁ ୭ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଆମେରିକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହାକି ସେମାନଙ୍କ ସପକ୍ଷରେ ଯାଇଥିଲା।ଆରୋନ ଜୋନ୍ସଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ କାନାଡ଼ା ଦେଇଥିବା ଟାର୍ଗେଟକୁ ଆମେରିକା ହାସଲ କରି ନେଇଥିଲା। ଜୋନ୍ସ ୪ ଟି ଚୌକା ଓ ୧୦ ଛକା ସହାୟତାରେ ୪୦ ବଲରେ ୯୪ ଞ୍ଚ ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ ଆଣ୍ଡ୍ରିସ୍ ଗୁସ୍ ୪୬ ବଲରେ ୬୫ ରନ୍ ସଂଗ୍ରହ କରି ୭ ଚୌକ ଓ ୩ ଛକା ମାରିଥିଲେ। ତୃତୀୟ ୱିକେଟ୍ ପାଇଁ ଉଭୟ ୧୩୧ ରନ୍ (୫୮ ବଲ୍) ର ଏକ ଉତ୍କୃଷ୍ଟ ଭାଗିଦାରୀ କରିଥିଲେ।କାନାଡାର ଡାଲାସର ଗ୍ରାଣ୍ଡ ପ୍ରିରି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ କାନାଡ଼ା ୫ ୱିକେଟ୍ ପାଇଁ ୧୯୪ ରନ୍ ସଂଗ୍ରହ କରିଥିଲା। ନବନେଟ ଧାଲିୱାଲ ଦଳ ପାଇଁ ସବୁଠୁ ବଡ଼ ଇନିଂସ ଖେଳି ୬ ଟି ଚୌକା ଓ ୩ ଛକା ସହାୟତାରେ ୪୪ ବଲରେ ୬୧ ରନ ସ୍କୋର କରିଥିଲେ। ତା’ପରେ ଆମେରିକା ଟାର୍ଗେଟକୁ ପିଛା କରି ୧୭.୪ ଓଭରରେ ବିଜୟ ହାସଲ କରିଥିଲା। ଆମେରିକୀୟ ବ୍ୟାଟରଙ୍କ ସାମ୍ନାରେ କାନାଡିୟ ବୋଲରମାନେ ସମ୍ପୂର୍ଣ୍ଣ ଅସହାୟ ଦେଖାଯାଉଥିଲେ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!