ଭୁବନେଶ୍ବର,୨।୬: ରାଜଧାନୀରେ ସିରିଜ୍ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ୨ଟି କାର୍କୁ ପଛରୁ ଧକ୍କା ଦେଲା ଏକ ଘରୋଇ ବସ୍ । ଦୁର୍ଘଟଣାରେ ୩ ଜଣ ସାମାନ୍ୟ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ପରେ ବାଣୀବିହାରରୁ ରସୁଲଗଡ଼ ରାସ୍ତା ଜାମ୍ ହୋଇଯାଇଥିଲା ।ସତସଙ୍ଗବିହାର ସମ୍ମୁଖ ରାସ୍ତାରେ ଜଣେ ବୋଲେରୋ ଚାଳକ ଓ ଜଣେ ବାଇକ୍ ଚାଳକ କଥାବାର୍ତ୍ତା ହେଉଥିଲେ, ଯାହା ଫଳରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍ ହଠାତ୍ ବ୍ରେକ ମାରିବାରୁ ସେହି ଦିଗରେ ଆସୁଥିବା ଏକ କାର ସହ ଯାଇ ଧକ୍କା ହୋଇଥିଲା ଏବଂ ଉକ୍ତ କାର ଯାଇ ଅନ୍ୟ କାର ଗୁଡିକ ସହ ଶକ୍ତ ଭାବରେ ଧକ୍କା ହୋଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |