୭ରେ ଟିଜିଟି ପରୀକ୍ଷା

ଭୁବନେଶ୍ୱର,୪।୬ :୭ରେ ଟିଜିଟି ପରୀକ୍ଷା| ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍‌‌ଏସ୍‌‌ବି) ପକ୍ଷରୁ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ(ଟିଜିଟି) ନିଯୁକ୍ତି ପାଇଁ ଆସନ୍ତା ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଆଡମିଟ୍‌‌ କାର୍ଡ  ୱେବସାଇଟ୍‌ରେ ଉପଲବ୍ଧ ହୋଇଛି। ଆବେଦନକାରୀମାନେ ସେମାନଙ୍କ ମୋବାଇଲ୍‌‌ ନମ୍ବର ଓ ଜନ୍ମ ତାରିଖ ବ୍ୟବହାର କରି ଆଡମିଟ୍‌‌ କାର୍ଡ ଡାଉନ୍‌‌ଲୋଡ କରିପାରିବେ।ଗତ ଶନିବାର ଅପରାହ୍ଣ ୧ରୁ ୬ଟା ମଧ୍ୟରେ ଆଡମିଟ୍‌‌ ଡାଉନ୍‌‌ଲୋଡ୍‌‌ କରିବାରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ପରୀକ୍ଷା ସମୟରେ ଅସମାନତା ଦେଖାଯାଇଥିଲା। ଏହି ତ୍ରୁଟିକୁ ସୁଧାରିଛି ଏସ୍‌‌ଏସ୍‌‌ବି। ଏହାସହ ଏହି ସମୟ ଅବଧି ମଧ୍ୟରେ ଆଡମିଟ୍‌‌ କାର୍ଡ ଡାଉନ୍‌‌ଲୋଡ କରିଥିବା ଆବେଦନକାରୀଙ୍କୁ ପୁନଃ ଡାଉନ୍‌‌ଲୋଡ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଆଡମିଟ୍‌‌ କାର୍ଡ ଡାଉନ୍‌‌ଲୋଡ କରିବାରେ ଅସମର୍ଥ ହେଲେ ssbdeptofhe@gmail.com ମେଲ୍‌‌ରେ ଆପ୍ଲିକେସନ୍‌‌ ଫର୍ମ ପଠାଇବାକୁ କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!