ବାରାଣସୀ,୪।୬: କେନ୍ଦ୍ରରେ ଭାଜପାର ‘୪୦୦ ପାର୍’ ସ୍ଲୋଗାନ ଫେଲ୍ ମାରିଥିବା ପ୍ରତ୍ୟୟ ହେଉଛି। ସାଧାରଣ ନିର୍ବାଚନରେ କଂଗ୍ରେସ ଦଳକୁ କଡ଼ା ଟକ୍କର ଦେଉଛି। ଏମିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନରୁ ବିଜେତା ହୋଇଛନ୍ତି। ବାରାଣାସୀରୁ ବିପୁଳ ବିଜୟ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କଂଗ୍ରେସର ଅଜୟ ରାୟଙ୍କ ପ୍ରାୟ ଦେଢ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ମୋଦୀଙ୍କୁ ପ୍ରାୟ ୬ ଲକ୍ଷ ୧୨ ହଜାର ଭୋଟ ମିଳିନଥିବାବେଳେ ଅଜୟ ରାୟଙ୍କୁ ୪ ଲକ୍ଷ ୬୦ ହଜାର ଭୋଟ ମଳିଛି । ୩ୟ ସ୍ଥାନରେ ରହିଛନ୍ତି ବହୁଜନ ସମାଜ ପାର୍ଟିର ଆଥେର ଜମାଲ ଲାଗି । ତାଙ୍କୁ ୩୩ ହଜାର ୭୬୬ ଭୋଟ ମିଳିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |