ଭୁବନେଶ୍ବର,,୪।୬: ବିଜେପିର ହେଭିୱେଟ ନେତା ଦିଲ୍ଲୀପ ରାୟ ରାଉରକେଲା ବିଧାନସଭା କ୍ଷେତ୍ରରୁ ହାରି ଯାଇଛନ୍ତି। ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ସାରଦା ନାୟକଙ୍କ ସେ କଡ଼ା ଟକ୍କର ଦେଇଥିଲେ। ଶେଷରେ ସାରଦାଙ୍କ ଠାରୁ ମାତ୍ର ୩୫୫୨ ଖଣ୍ଡରେ ଦିଲ୍ଲୀପ ରାୟ ହାରି ଯାଇଥିଲେ।ରାଉରକେଲା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କଠାରୁ ୩୫୫୨ ଭୋଟରେ ସେ ବିଜୟୀ ହୋଇଛନ୍ତି। ସାରଦା ପ୍ରସାଦ ନାୟକଙ୍କୁ ମୋଟ ୬୪୬୬୦ ଖଣ୍ଡ ଭୋଟ ମିଳିଥିବାବେଳେ ଦିଲ୍ଲୀପ ରାୟ ୬୧୧୦୮ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।ରାଉରକେଲା ବିଧାନସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ବୀରେନ୍ଦ୍ରନାଥ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଥିବବେଳେ ତାଙ୍କୁ ୮୭୫୧ଖଣ୍ଡ ଭୋଟ ମିଳିଛି। ସ୍ବାଧୀନ ପ୍ରାର୍ଥୀ ନିହାର ରାୟ ୨୫୨୨, ବିଶ୍ବନାଥ ଲାକ୍ରା ୨୪୬ ଏବଂ ଥୋମାସ ବାର୍ଥୋଲୋମିଓ ଡୁଙ୍ଗଡୁଙ୍ଗଙ୍କୁ ୨୨୨ ଖଣ୍ଡ ପାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |