ଦୋକାନ ଉପରକୁ ମାଡିଗଲା ଡମ୍ପର

ଜଳେଶ୍ଵର,୫।୬:ଭାରସାମ୍ୟ ହରାଇ ଦୋକାନ ଉପରକୁ ମାଡିଗଲା ଡମ୍ଫର। ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଅନ୍ତର୍ଗତ ଆମ୍ବଳିଅଠା ଛକ ନିକଟରେ ଦୁର୍ଘଟଣା ଘଟିଛି। ମୃତ ଦମ୍ପତି ହେଲେ କାସିଡିହା ଗ୍ରାମର ସୁଧୀର ଜେନା ଓ ଗୀତାରାଣୀ ଜେନା।ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଆମ୍ବଳିଅଠା ଛକ ନିକଟସ୍ଥ ଆମ୍ବଳିଅଠା-ସୋଲପଟା ରାସ୍ତା ପାର୍ଶ୍ବରେ ଥିବା ଗୋଟିଏ ଘର ଉପରକୁ ଏକ ମେଟାଲ ବୋଝେଇ ଡମ୍ପର ମାଡ଼ି ଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ସମ୍ପର୍କରେ ସ୍ବାମୀ-ସ୍ତ୍ରୀ। ସେହିପରି ସେମାନଙ୍କ ପୁତ୍ରବଧୂ ଓ ୭ ବର୍ଷର ନାତି ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଡମ୍ପରଟି ତାଙ୍କ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ପରେ ଡମ୍ଫରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।  ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୋକାନଟି ଦୁର୍ଘଟଣାରେ ଭାଙ୍ଗି ନଷ୍ଟ ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!