ନବରଙ୍ଗପୁର,୫।୬: :-ନବରଙ୍ଗପୁର ସାଂସଦ ଭାବେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ନିର୍ବାଚିତ ହୋଇଛନ୍ତି। ସେ ଏତିକି ପାଇଁ କେନ୍ଦ୍ର ନେତୃତ୍ବ, ଜନତା ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ଶ୍ରେୟ ଦେଇଛନ୍ତି। ନିଜ ନିର୍ମଳ ଭାବମୂର୍ତ୍ତି ପାଇଁ ଲୋକଙ୍କ ଅତି ପ୍ରିୟ ଭାଜନ ହୋଇଥିବା ଶ୍ରୀ ମାଝୀ ଭୋଟ ଗଣତି ସମୟରେ ଶେଷ ପର୍ଯ୍ୟନ୍ତ ଗଣତି କେନ୍ଦ୍ର ନିକଟରେ ଥିଲେ। ତାଙ୍କ ସହିତ ନବନିର୍ବାଚିତ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ର ନବନିର୍ବାଚିତ ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ, ବରିଷ୍ଠ ବିଜେଡି ନେତା ରମେଶ ମାଝୀ ଙ୍କୁ ପରାଜିତ କରିଥିବା ଝରିଗାଁ ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରା , ନବରଙ୍ଗପୁର ଜିଲ୍ଲା ସଭାପତି ଜଗଦୀଶ ବିଷୟୀ , କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ଜିଲ୍ଲା ସାଧାରଣ ସଂପାଦକ ଦେବଦାସ ମହାଙ୍କୁଡ, ଯୁବମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷ ସନ୍ତୋଷ ମହାପାତ୍ର, ରାମେଶ୍ବର ଜେନା, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶର୍ମିଷ୍ଠା ଦେଓ, ଶତାବ୍ଦୀ ପାଳ, ନରେଶ ସିଂ, କ୍ଷେତ୍ରମୋହନ ପାତ୍ର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବିଜୟ ଖବର ଶୁଣିବା ପରେ କାର୍ଯ୍ୟକର୍ତ୍ତା ମାନଙ୍କ ମନରେ ଆନନ୍ଦ ର ଲହରୀ ଖେଳିଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |