ନୂଆଦିଲ୍ଲୀ, ୫।୬: ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ରେ ଅଭିଯାନ ଆରମ୍ଭ କରିବ। ତାଙ୍କର ପ୍ରଥମ ମ୍ୟାଚ ଆୟର୍ଲାଣ୍ଡ ବିପକ୍ଷରେ ହୋଇଛି। ଏହି ଗ୍ରୁପ-ଏ ମ୍ୟାଚ ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ସମ୍ପର୍କରେ ନ୍ୟୁୟର୍କରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ଏହି ଟୁର୍ନାମେଣ୍ଟରେ ନାସାଉ କାଉଣ୍ଟିରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ ଖେଳାଯାଇଛି, ଯାହା କମ ସ୍କୋର୍ କରିଥିଲା। ଆଜିଠୁ ଭାରତ ଟି-୨୦ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ପ୍ରଥମ ମ୍ୟାଚରେ ଆୟରଲାଣ୍ଡ ସହ ମୁକାବିଲା ହେବ। ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପରଠାରୁ ଭାରତ କୌଣସି ଟ୍ୱେଣ୍ଟି-୨୦ ମ୍ୟାଚ ଖେଳିନାହିଁ। ଆଜିର ମ୍ୟାଚରେ ଭାରତ ପାଇଁ ଚିନ୍ତାର ବିଷୟ ହୋଇନଥିଲେ ବି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ତେଣୁ ମ୍ୟାଚକୁ ନେଇ ଭାରତୀୟ ଦଳ ଉତ୍ସାହିତ ଅଛନ୍ତି। ଦଳରେ ରୋହିତ ଶର୍ମା, ଋଷଭ ପନ୍ଥ, ସଞ୍ଜୁ ସାମସନ୍, ଶିବମ୍ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁର୍ମା, ମହମ୍ମଦ ସିରାଜ ଭଳି ଖେଳାଳି ରହିଛନ୍ତି। ତେବେ ଆଜିର ମ୍ୟାଚରେ ବାଧକ ସାଜିପାରେ ବର୍ଷା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |