ଆଜି ଏନଡିଏ ଓ ଇଣ୍ଡିଆ ମେଣ୍ଟ ବୈଠକ

ନୂଆଦିଲ୍ଲୀ,୫।୬ :  ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି । ତେବେ ବିଜେପିକୁ ୨୦୧୯ ଭଳି ସ୍ପଷ୍ଟ ବହୁମତ ମିଳିନାହିଁ । ଏଭଳି ସ୍ଥିତି ଭିତରେ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ବୈଠକ କରିବାକୁ ଯାଉଛନ୍ତି ।ଅଷ୍ଟାଦଶ ଲୋକସଭା ନିର୍ବାଚନର ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଘୋଷିତ ନିର୍ବାଚନ ଫଳ ଅନୁଯାୟୀ ବିଜେପି ନେତୃତ୍ବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପୁଣି ଥରେ ଦେଶରେ ସରକାର ଗଠନ କରିବା ଲାଗି ବହୁମତ ହାସଲ କରିଛି। ଏନଡିଏ ଉପରେ ତୃତୀୟ ଥର ପାଇଁ ଦେଶବାସୀ ଭରସା କରିଛନ୍ତି। ତେବେ ଚଳିତ ନିର୍ବାଚନରେ ଏନଡିଏକୁ ପୂର୍ବାପେକ୍ଷା କମ୍ ସଫଳତା ମିଳିଛି। ଏନ୍‌ଡିଏକୁ ୨୯୩ଟି ଆସନ ମିଳିଥିବାବେଳେ ବିରୋଧୀ ‘ଇଣ୍ଡିଆ’କୁ ୨୩୨ଟି ଆସନ ମିଳିଛି। ଅନ୍ୟାନ୍ୟ ଦଳକୁ ୧୮ଟି ଆସନ ପାଇଛନ୍ତି। ଏହି ନିର୍ବାଚନ ଫଳ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ବୁଥ ବାହୁଡା ମତ (ଏକଜିଟ୍ ପୋଲ୍‌)କୁ ଭୁଲ୍ ପ୍ରମାଣିତ କରିଛି। ସେପଟେ ବିଜୟ ପରେ ଆଜି ଦିଲ୍ଲୀରେ ବସିବ ଏନଡିଏର ଗୁରୁତ୍ଵପୂର୍ଣ୍ଣ ବୈଠକ। ଅପରାହ୍ନ ୪ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ ଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗଦେବା ନେଇ ସୂଚନା ରହିଛି।ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ ମିଟିଂ କରିବାକୁ ଯାଉଛନ୍ତି । ଏହାପରେ ଏନଡିଏର ବୈଠକ ଡକାଯାଇଛି । ନୂଆଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ଆନ୍ଧ୍ରପ୍ରଦେଶର ବିଜୟୀ ଦଳ ଟିଡିପି ଏବଂ ବିଜେପିର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଜେଡିୟୁ ଯୋଗଦେବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!