କେନ୍ଦ୍ରାପଡ଼ା ,୫।୬:କୁମ୍ଭୀର ଆକ୍ରମଣରେ ଜଣେ ମୃତ। ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣାବଣିଆ ପଞ୍ଚାୟତର ସିଙ୍ଗିଡ଼ି ଗାଁରେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ବଣିଆ ପଞ୍ଚାୟତର ସିଙ୍ଗିଡ଼ି ଗାଁ ସନାତନ ସାମଲ (୪୮) ନିଜ ସମ୍ପର୍କୀୟଙ୍କ ଶବ ଦାହ ସାରି ଗାଁ ନିକଟରେ ଖରସ୍ରୋତା ନଦୀକୁ ଲାଗି ଥିବା ସିଙ୍ଗିଡ଼ି ଜୋରକୁ ଗତକାଲି ସନ୍ଧ୍ୟା ସମୟରେ ଗାଧୋଇବାକୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରି ନଥିଲେ। ଘର ଲୋକମାନେ ବହୁ ଖୋଜାଖୋଜି ପରେ ପାଇ ନଥିଲେ।ମୃତକ ଜଣଙ୍କ ହେଲା ସନାତନ ସାମଲ।ମଙ୍ଗଳବାର (ଗତକାଲି) ରାତିରେ ସିଙ୍ଗିଡ଼ି ଗାଁର ସନାତନ ସାମଲ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରିନଥିଲେ। ଘର ଲୋକେ ଖୋଜିବା ବେଳେ ପୋଖରୀ ନିକଟରେ ତାଙ୍କ ଚପଲ ଓ ସାଇକେଲ ପଡ଼ିଥିବାର ଦେଖିବାକୁ ପାଇଥିଲେ। ହେଲେ ସନାତଙ୍କ ପତା ମିଳିନଥିଲା। ପରିବାର ଲୋକ ନିରାଶରେ ଘରକୁ ଫେରିଥିଲେ।ଆଜି ସକାଳେ ପୋଖରୀ ନିକଟରେ ସନାତନଙ୍କୁ କୁମ୍ଭୀର ଖାଉଥିବାର ଗାଁ ଲୋକେ ଦେଖି ପରିବାରକୁ ଖବର ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ଏନେଇ ଖବର ପାଇ ଘଟଣାସ୍ଥଳରେ ରାଜକନିକା ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |