ଲୋକ ସଭା ଭଙ୍ଗ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୫ା୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ସପ୍ତଦଶ ଲୋକ ସଭା ଭଙ୍ଗ କରିଛନ୍ତି। ସପ୍ତଦଶ ଲୋକସଭା ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆ ସରକାର ଗଠନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାଷ୍ଟ୍ରପତି ଭବନକୁ ଯାଇ ସେଠାରେ ରାଷ୍ଟ୍ରପତିଙ୍କୁ ଇସ୍ତଫାପତ୍ର ଦେଇଥିଲେ। ଏହା ପରେ ରାଷ୍ଟ୍ରପତି ଲୋକସଭା ଭଙ୍ଗ କରିଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପା ମ୍ୟାଜିକ୍‌ ନମ୍ବର ୨୭୨ ହାସଲ କରିବାରେ ବିଫଳ ହୋଇଥିବାବେଳେ ଏନ୍‌ଡିଏ ବହୁମତ ପାଇଛି। ତେବେ ତୃତୀୟ ଥର ପାଇଁ ଏନ୍‌ଡିଏ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୮ରେ ଶପଥ ନେବେ ବୋଲି ଜଣାପଡିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!