ନବରଙ୍ଗପୁର(ମିହିର ଶଙ୍କର ପାତ୍ର):-ଡାବୁଗାଁ ବନାଞ୍ଚଳ ଅଧୀନ ଭେଲୁଆଗୁଡା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ପରିସରରେ ବୁଧବାର ବୃକ୍ଷରୋପଣ କରାଯାଇଛି |ଏହା ପ୍ରକୃତରେ ସ୍ୱାଗତ ଯୋଗ୍ୟ ପଦକ୍ଷେପ,ଏଥିରେ କୃଷ୍ଣଚୂଡା, ଆତ ଓ ବେଲ ଆଦି ମୋଟ ୧୦ ଟି ବୃକ୍ଷ ରୋପଣ କରଯାଇଥିଲା | କିନ୍ତୁ ପ୍ରତିଦିନ ଡାବୁଗାଁ ବନାଞ୍ଚଳ ଅଧିନରେ ଶହଶହ ଗଛ ବଳି ପଡ଼ୁଛି । ଏଥି ପ୍ରତି ବନବିଭାଗର ନଜର ପଡ଼ୁ ନାହିଁ। ଡାବୁଗାଁ ଅଂଚଳରେ ଜଙ୍ଗଳ କହିଲେ ରାସ୍ତା କଡରେ ନାମକୁ ମାତ୍ର କିଛି ଗଛ ଅଛି କିନ୍ତୁ ଜଙ୍ଗଲ ଭିତରକୁ ପ୍ରବେଶ କଲେ ଏକର ଏକାର ଜମି ପଡ଼ିଆ ହୋଇଗଲାଣି। ଆଜି ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ନାମକୁ ମାତ୍ରା ୧୦ ଟି ବୃକ୍ଷ ରୋପଣ କରାଯାଇଥିଲା ଏଥିରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନପାଳ ସରସ୍ଵତୀ ମେହେର ଓ କାର୍ତ୍ତିକ ମାଝି, ମାଳିଗୁଡା ବନ ସଂରକ୍ଷଣ ସମିତି ସଭାପତି ରଘୁନାଥ କଲାର, ଚଲାଣଗୁଡା ବନ ସଂରକ୍ଷଣ ସମିତି ସଭାପତି ରଘୁନାଥ ନାୟକ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜଣେ ଜଣେ ଯଦି ଗୋଟିଏ ଗୋଟିଏ ଗଛ ମଧ୍ୟ ଲଗାଇ ଥାନ୍ତେ, ତାହା ହେଲେ ଅତିକମରେ ୩୦ଟି ଗଛ ଲାଗି ପାରିଥାନ୍ତା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |