ନୁଆଦିଲ୍ଲୀ,୫।୬: ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ୨୯୩ଟି ଆସନ ପାଇଛି। ନରେନ୍ଦ୍ର ମୋଦି ଏନଡିଏର ନେତା ଭାବରେ ନିର୍ବାଚିତ ହୋଇଥିଲେ। ମୋଦି ଜୁନ ୮ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହକୁ ଭବ୍ୟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଦେଶୀ ଅତିଥିମାନେ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି। ବାଂଲାଦେଶ, ଶ୍ରୀଲଙ୍କା, ଭୁଟାନ, ନେପାଳ ଏବଂ ମରିସସର ପ୍ରମୁଖ ନେତାମାନେ ଏଥିରେ ଅନ୍ତର୍ଭୁକ୍ତ ହେବାର ସମ୍ଭାବନା ରହିଛି। ଗୁରୁବାର ଆନୁଷ୍ଠାନିକ ନିମନ୍ତ୍ରଣ ପଠାଯିବ। ଏହାପୂର୍ବରୁ ୭୫ ଦେଶ ମୋଦିଙ୍କୁ ଅଭିନନ୍ଦନ ଜଣାଇ ତାଙ୍କୁ ବିଶ୍ୱସ୍ତରୀୟ ନେତା ବୋଲି କହିଥିଲେ।ଆସନ୍ତାକାଲି ବିଜେପି ସଂସଦୀୟ ଦଳର ପ୍ରଥମ ବୈଠକ ଅନୁଷ୍ଠିତ ହେବ ଏବଂ ପରେ ଏନଡିଏ ସଂସଦୀୟ ଦଳର ବୈଠକ ବସିବ । ଏହାପରେ ଏନଡିଏ ରାଷ୍ଟ୍ରପତିଙ୍କୁ ସମର୍ଥନ ପତ୍ର ପ୍ରଦାନ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |