ଶୁଣ୍ଡିଗୁଡା ଗ୍ରାମରେ ଅଭାବନୀୟ ଘଟଣା, କେରଣ୍ଡି ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

 

ନବରଙ୍ଗପୁର( ମିହିର ଶଙ୍କର ପାତ୍ର) , ୬।୬: ଡାବୁଗାଁ ଥାନା ଅଧୀନ ଶୁଣ୍ଢୀଗୁଡା ଗ୍ରାମ ନିକଟ ନଦୀରେ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ବୁଧବାର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଶୁଣ୍ଢୀଗୁଡା ଗ୍ରାମର ଡମୁ ଦାସ (୬୫)ଙ୍କ ସ୍ତ୍ରୀ ଝାଡାବାନ୍ତି ହୋଇ ଡାବୁଗାଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ | ତାଙ୍କୁ ଦେଖିବା ପାଇଁ ଡମୁ ଦାସ ଆଜି ସକାଳ ପ୍ରାୟ ୯ ଘ. ସମୟ ହେବ ଘରୁ ବାହାରି ଗ୍ରାମ ପାଖ ନଦୀରେ ମଧ୍ୟରେ ଚାଲିଚାଲି ଆସୁଥିଲେ | ପାଣିରେ ଗୋଡ ଖସି ଯିବାରୁ ମୁହିଁ ମାଡି ପାଣିରେ ପଡିଯାଇଥିଲେ କିନ୍ତୁ ଆଉ ଉଠି ପାରିନଥିଲେ | ପରେ ସେହି ସ୍ଥାନରେ ଅନ୍ୟ ଜୋକ ମାନେ ଦେଖି ତାଙ୍କ ପରିବାର ଲୋକଏନକେ ଖରା ଦେଇଥିଲେ | ଡାବୁଗାଁ ଅଗ୍ନିସମ କେନ୍ଦ୍ରକୁ ଖର ଦେଇଥିଲେ | ସଙ୍ଗେ ସଙ୍ଗେ ଅଗ୍ନିସମ କର୍ମଚାରୀ ମାନେ ପହଞ୍ଚି ଡମୁ କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ମୃତକ ର ପୁଅଲକ୍ଷ୍ମଣ ଦାସ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ବ୍ୟବଚ୍ଛେଦ ପରେ ଶବ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୯/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |ରି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!