ନୂଆଦିଲ୍ଲୀ,, ୬।୬: ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଓଡ଼ିଶା ଲୋକସଭା ଆସନରୁ ୨୦ଟି ସିଟରେ ବିଜେପି ବିଜୟ ହାସଲ କରିଛି । ଅନ୍ୟ ଏକଟି ସିଟ୍ କଂଗ୍ରେସ ହାସଲ କରିଛି । ତେବେ ଆଜି ବିଜେପି ନବ ନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡକାଯାଇଛି । ସେଠାରେ ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ ନବ ନିର୍ବାଚିତ ସାଂସଦ । ସରକାର ଗଠନ ସଂପର୍କରେ ମତାମତ ନେଇପାରନ୍ତି ଶୀର୍ଷ ନେତୃତ୍ୱ । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପୂର୍ବରୁ ବୈଠକ ଗୁରୁତ୍ୱପୂର୍ଣ୍ଣ । ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ସାଂସଦଙ୍କ ସହ ଆଲୋଚନା କରାଯିବ । ରାଜ୍ୟରେ ୨୦ ସାଂସଦ ବିଜୟ ହେବା ପରେ ଦିଲ୍ଲୀରେ ଆଜି ପ୍ରଥମ ବୈଠକ ବସିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |