ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,,୭।୬:-ଝରିଗାଁ ବ୍ଲକ ଚାଟିଗୁଡା ପଞ୍ଚାୟତ ଅନ୍ତର୍ଗତ ଜାମ୍ବଗୁଡା ଠାରେ ମାଁ ସନାଦେଇଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ l ସୁଦୂର ବସ୍ତରଜିଲ୍ଲା ର ଖାଣ୍ଡା ଗ୍ରାମରୁ ମା ସନାଦେଇ ଜାମ୍ବଗୁଡା ଠାରେ ଅବସ୍ଥାନ କରି ଦୀର୍ଘ ବର୍ଷ ହେବ ପୂଜା ପାଇ ଆସୁଥିବା ଉପସ୍ଥିତ ଭକ୍ତ ବୃନ୍ଦ ବର୍ଣ୍ଣନା କରିଛନ୍ତି l ତେଣୁ ଅଧା ବସ୍ତର ଏବଂ ଅଧା ଓଡ଼ିଶାର ପରମ୍ପରା ରେ ମା ସନାଦେଇ ପୂଜା ପାଇ ଆସୁଛନ୍ତି l ସନାଦେଇ ମାତା ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ, ଭକ୍ତ ମାଙ୍କ ପାଖରେ ଯାହା ମାନସିକ କରିଥାନ୍ତି ମା ସାଙ୍ଗେ ସାଙ୍ଗେ ଭକ୍ତ ଙ୍କ କାମନା ପୂରଣ କରିଥାନ୍ତି ବୋଲି ପୂଜକ ଦାଈମନ ପୂଜାରୀ ମୋତ ପ୍ରକାଶ କରିଥାନ୍ତି l ମା ସନାଦେଇ ଙ୍କ ଯାତ୍ରା ବର୍ଷକୁ ଦୁଇଥର ଅନୁଷ୍ଠିତ ହୋଇଥାଏ। ଦଶହରା ରେ ଥରେ ଏବଂ ଚୈତ୍ର ମାସରେ ଥରେ l ଲାଟି,ପାଲଙ୍କି, ବିମାନ,ନାଙ୍ଗରାବାଜା ମହରୀ ର ତାଲେ ତାଲେ ମାଁ ସୋନାଦେଇଙ୍କ ଆଶିଷ ଲାଭ କରିବା ପାଇଁ ଦୂରଦୁରାନ୍ତରୁ ଭକ୍ତଙ୍କ ଭିଡ଼ ଜମିଛି ଏହି ଯାତ୍ରା ରେ। ସନାଦେଇ ମାଁଙ୍କର ମୁଖ୍ୟ ଭକ୍ତ ନହଳୁ ସିରା , ପୂଜକ କୋମଲସାଏ ପୁଜାରୀ , ବୁଚନ୍ଦ ପନକା ଏଵଂ ଗ୍ରାମ ବାସୀଙ୍କ ମିଳିତ ଉଦ୍ୟମରେ ଶାନ୍ତି ଶୃଙ୍ଖଳାରେ ଯାତ୍ରା ଅନୁଷ୍ଠିତ ହେଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |