ଆଜି ଏନଡିଏର ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଳୀ,୭ା୬:ଆଜି ଏନଡିଏର  ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । ସଂସଦର ସେଣ୍ଟ୍ରାଲ ହଲରେ ଦିନ ୧୧ଟାରେ ବସିବ ବୈଠକ ।  ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେବେ ବିଜେପିର ବରିଷ୍ଠ ନେତା । ବୈଠକରେ ଯୋଗଦେବେ ଏନଡିଏର ସହଯୋଗୀ ଦଳ ଟିଡିପି, ଜେଡିୟୁ, ଶିବସେନା ଓ ଲୋକଜନଶକ୍ତି ପାର୍ଟିର ନେତା ।ସରକାର ଗଠନ ନେଇ ବିସ୍ତୃତ ଆଲୋଚନା ପରେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଜଣାଇବେ ଦାବି। ଦିଲ୍ଲୀ ଯାଇଥିବା ଓଡ଼ିଶାର ନବ ନିର୍ବାଚିତ ବିଜେପି ସାଂସଦ ବି ଦଳର ସଂସଦୀୟ ବୋର୍ଡ ବୈଠକରେ ହେବେ ସାମିଲ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!