ଆଜିଠୁ ଯୁକ୍ତ ଦୁଇ ପାଇଁ ନାମଲେଖା ଆବେଦନ

ଭୁବନେଶ୍ୱର,,୭।୬: ଯୁକ୍ତ ଦୁଇରେ ନାମଲେଖା ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଥିବା କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ପାଠ୍ୟକ୍ରମରେ ନାମଲେଖା ପାଇଁ www.samsodisha.gov.in ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ।ମୋଟ୍ ୨ହଜାର ୨୨୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଆଡିମିଶନ କରାଯିବ। ଏଥିପାଇଁ କଳାରେ ୨ଲକ୍ଷ ୯୪ହଜାର ୮୪୦, ବିଜ୍ଞାନରେ ଲକ୍ଷେ ୬୬ ହଜାର ୯୨୯, ବାଣିଜ୍ୟରେ ୪୦ହଜାର ୧୦୪ ଓ ଧନ୍ଦାମୂଳକ ଶିକ୍ଷାରେ ୧୦ହଜାର ୫୦୪ ସିଟ୍ ଉପଲବ୍ଧ ରହିଛି।ଜୁଲାଇ ୬ ତାରିଖ ଆବେଦନର ଶେଷ ତାରିଖ ରହିଛି। ଜୁଲାଇ ୧୮ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା। ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୧୯ରୁ ୨୩ ତାରିଖ ଭିତରେ ନାଁ ଲେଖାଇବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!