ନୂଆଦିଲ୍ଲୀ,୭।୬: ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଗୁରୁବାର ହଟାଯାଇଛି। ମାର୍ଚ୍ଚ ୧୬ ତାରିଖରୁ ଲାଗୁ ହୋଇଥିଲା ଆଚରଣ ବିଧି। ନିର୍ବାଚନ ପ୍ରକ୍ରିୟା ସରିଥିବାରୁ ଏମସିସି ହଟାଇ ଦିଆଯାଇଛି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମରୁ ବି ଆଦର୍ଶ ଆଚରଣ ବିଧି ହଟାଇ ଦିଆଯାଇଛି। କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତେଲେଙ୍ଗାନାର କିଛି ଅଞ୍ଚଳରେ ଏହା ବଳବତ୍ତର ରହିଛି। ବିଧାନ ପରିଷଦ ଉପନିର୍ବାଚନ ପାଇଁ ହଟିନି ଆଚରଣ ବିଧି। ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |