ଟି-ଟ୍ୱେଣ୍ଟି ବିଶ୍ୱକପ: ଆମେରିକା ଠାରୁ ହାରିଲା ପାକିସ୍ତାନ

ନ୍ୟୁୟର୍କ,୭।୬: ଟି-୨୦ ବିଶ୍ୱକପ୍‌ରେ ଆମେରିକା ଠାରୁ ହାରିଲା ପାକିସ୍ତାନ। ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ମ୍ୟାଚ ଉଭୟ ଇନିଂସ ଶେଷ ହେବା ପର୍ଯ୍ୟନ୍ତ ଟାଇରେ ଶେଷ ହୋଇଥିଲା। କିନ୍ତୁ ସୁପର ଓଭରରେ ପାକିସ୍ତାନକୁ ପରାସ୍ତ କରି ଆମେରିକା ଇତିହାସ ସୃଷ୍ଟି କରିଛି। ସୁପର ଓଭରରେ ମହମ୍ମଦ ଆମିରଙ୍କ କ୍ରମାଗତ ଓ୍ବାଇଡ୍‌ ପାକିସ୍ତାନର ପରାଜୟର ମୁଖ୍ୟ କାରଣ ଥିଲା। ଆମେରିକା ଜିତିବା ପାଇଁ ସୁପର ଓଭରରେ ବୋଲିଂ କରି ସୌରଭ ନେଟ୍ରାଭାଲକର ହିରୋ ହୋଇଛନ୍ତି। ଆମେରିକା ପାଇଁ ଅଧିନାୟକ ମୋନାକ ପଟେଲ ୫୦ ରନ ଏବଂ ଆରୋନ ଜୋନ୍ସ ୩୫ ରନ ସ୍କୋର କରିଥିଲେ। ବିସ୍ଫୋରକ ଢଙ୍ଗରେ ଆଣ୍ଡ୍ରିସ ଗୌସ ମଧ୍ୟ ୨୬ ବଲରେ ୩୫ ରନ ସଂଗ୍ରହ କରିଥିଲେ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିବା ବେଳେ ଆମେରିକା ୩ ୱିକେଟ ବିନିମୟରେ ସମାନ ସ୍କୋର୍ କରିଥିଲା। ଫଳରେ ସୁପର୍ ଓଭର୍ ଘୋଷଣା କରାଯାଇଥିଲା। ସୁପର୍ ଓଭରରେ ପାକିସ୍ତାନ ପକ୍ଷରୁ ମହମ୍ମଦ ଆମିର୍ ବଲିଂ କରିଥିବା ବେଳେ ଆମେରିକା ୧୮ ରନ୍ ସଂଗ୍ରହ କରିଥିଲା।ପ୍ରଥମେ ଖେଳି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୧୫୯ ରନ ସଂଗ୍ରହ କରିଥିଲା। ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମ ୪୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ଏବଂ ଶାଦବ ଖାନ ୪୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏହି ସମୟରେ ନୋଶଟୁଶ କେଞ୍ଜିଗେ ୩ ଉଇକେଟ ନେଇ ଆମେରିକା ପାଇଁ ପ୍ରଭାବିତ ହୋଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!