୬ ମାସ ଛୁଟିରେ ଗଲେ ସୁଜାତା କାର୍ତିକେୟନ

ଭୁବନେଶ୍ୱର,୭।୬: ୬ ମାସ ଛୁଟିରେ ଗଲେ ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା କାର୍ତିକେୟନ। ନଭେମ୍ବର ୨୬ ତରିଖ ଯାଏଁ ସୁଜାତା ଛୁଟିରେ ରହିବେ ବୋଲି ଜଣାପଡିଛି। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି କାରଣ ଦର୍ଶାଇ ସେ ଛୁଟିରେ ରହିଥିବା ଜଣାପଡିଛି।ସାଧାରଣ ପ୍ରଶାସନ ବିଭାଗର ଅଫିସ୍ ଅର୍ଡର ଅନୁସାରେ, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତ କାର୍ତ୍ତିକେୟନ ମେ’ ୩୧ତାରିଖରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ଛୁଟିରେ ପଳାଇଛନ୍ତି । ତାଙ୍କ ଝିଅ ଦଶମ ପରୀକ୍ଷା ଦେବାକୁ ଥିବାରୁ ତା’ର ଯତ୍ନ ନେବା ପାଇଁ ସୁଜାତା ଛୁଟି ନେଇଥିବା ଦର୍ଶାଇଛନ୍ତି । ସର୍ବଭାରତୀୟ ପ୍ରଶାସନିକ ସେବା ରୁଲସ୍‌-୧୯୫୫ର ରୁଲ (୧୮-ଘ)ରେ ଥିବା ପ୍ରାବଧାନ ଅନୁସାରେ ସୁଜାତାଙ୍କୁ ଏହି ଛୁଟି ମଞ୍ଜୁର ହୋଇଥିବା ସାଧାରଣ ପ୍ରଶାସନ ବିଭାଗ ଦର୍ଶାଇଛି । ସୁଜାତାଙ୍କର ପିଲାର ଯତ୍ନ ପାଇଁ ନେଇଥିବା ଅବଧିର ଛୁଟିକୁ ସାଧାରଣ ଛୁଟିରୁ ବାଦ୍ ଦିଆଯିବ ନାହିଁ । ପିଲାର ଯତ୍ନ ପାଇଁ ନେଇଥିବା ଛୁଟିକୁ ସବୈତନିକ ଛୁଟି ଭାବେ ବିବେଚନା କରାଯିବ ଓ ଛୁଟି ସରିବା ପରେ ଉକ୍ତ ଦରମା ପାଇବାକୁ ସେ ହକଦାର ହେବେ ବୋଲି ଅଫିସ୍ ଅର୍ଡରରେ ଉଲ୍ଲେଖ ରହିଛି ।ଗତ ସାଧାରଣ ନିର୍ବାଚନ ସମୟରେ ମିଶନ ଶକ୍ତି ବିଭାଗର ମୁଖ୍ୟ ଥିବା ସୁଜାତା ରାଉତ କାର୍ତିକେୟନ ନିଜର କ୍ଷମତାର ଦୁରୁପଯୋଗ କରି ନିର୍ବାଚନୀ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଅବିଯୋଗ ପରେ ତାଙ୍କୁ ଅର୍ଥ ବିଭାଗକୁ ବଦଳି କରିଥିଲେ ଆୟୋଗ।ସୂଚନାଯୋଗ୍ୟ ସୁଜାତା ହେଉଛନ୍ତି ବିଜେଡି ନେତା ତଥା ପୂର୍ବତନ ଆଇଏଏସ ଅଧିକାରୀ କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିବା, ଫାଇଭ ଟି ଅଧ୍ୟକ୍ଷ ଏବଂ ନୂଆ ଓ ମୁଖ୍ୟ ଥିବା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଗତ କିଛି ମାସ ହେବ ଓଡ଼ିଶା ରାଜନୀତି ସରଗରମ ରହିଥିଲା। ରାଜ୍ୟରେ ବିଜେଡିର ବଡ଼ ପରାଜୟ ପାଇଁ ସେ ଏକମାତ୍ର କାରଣ ବୋଲି ଚର୍ଚ୍ଚା ହେଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!