ଭୁବନେଶ୍ୱର,,୭।୬ : ଓଡ଼ିଶାରେ ଭାଜପା ସରକାର ଗଢିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମସ୍ତ ଲାଭାର୍ଥିମାନେ ଏହି ଆୟୁଷ୍ମାନ ଭାରତ ଯୋଜନାର ଲାଭ ପାଇବେ। ଏନେଇ ନିର୍ବାଚନ ପୂର୍ବରୁ ରାଜ୍ୟ ଭାଜପା ସଭାପତି ଘୋଷଣା କରିଥିଲେ ।ସେପଟେ ଓଡ଼ିଶାରେ ନୂଆ ସରକାର ଗଠନ ହେବା ପରେ ଓଡ଼ିଶାରେ ବିଏସକେୱାଇ କାର୍ଡ ବନ୍ଦ ହୋଇଯିବ । ଏହି ଯୋଜନା ଅଧୀନରେ ଯୋଜନାରେ ବାର୍ଷିକ ୯୬.୫ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ୫ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ପାଉଥିବା ବେଳେ ପାଖାପାଖି ଏତିକି ଲୋକ ଆୟୁଷ୍ମାନ ଭାରତର ଲାଭ ପାଇପାରନ୍ତି ବୋଲି କୁହାଯାଉଛି। ଭାଜପା ସରକାରକୁ ଆସିଲେ ରାଜ୍ୟରେ ଅନ୍ୟ ସମସ୍ତ ଯୋଜନା ଭଳି ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |