୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

ଭୁବନେଶ୍ୱର,୭।୬:    ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ସୂଚନା ଅନୁସାରେ ଆସନ୍ତା ଜୁନ ୧୨ ତାରିଖ ରୁ ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ହେବ ବିଶ୍ୱପ୍ରସିଦ୍ଧ ଅଭୟାରଣ୍ୟ ଶିମିଳିପାଳ।ଶିମିଳିପାଳକୁ ପ୍ରବେଶ କରାଯାଉଥିବା ଶ୍ୟାମାଖୁଣ୍ଟା ବ୍ଲକ ପୀଠାବଟା ଫାଟକ ସମେତ ଯଶିପୁର ବ୍ଲକ କାଳିଆଣି ତନଖି ଫାଟକ ସାଧାରଣ ପର୍ଯ୍ୟଟକମାନଙ୍କ ପାଇଁ ସାଢେ ତିନିମାସ ଧରି ବନ୍ଦ ରହିବ। ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ତେବେ ଏହା ଅକ୍ଟୋବର ମାସ ପର୍ଯ୍ୟନ୍ତ ବନ୍ଦ ନେଇ ବନବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନିଆଯାଇଛି।ଅନ୍ୟପକ୍ଷରେ ଶିମିଳିପାଳ ଟାଇଗର ରିଜର୍ଭ ବନ୍ଦ ନେଇ ଘୋଷଣା କରାଯାଇଥିଲେ ମଧ୍ୟ ଅଭୟାରଣ୍ୟ ମଧ୍ୟରେ ଥିବା ଜାମୁଆଣି, ଗୁରୁଗୁଡ଼ିଆ, କୁଁମାରୀ ଏବଂ ରାମତୀର୍ଥ ଇକୋ ଟୁରିଜିମ ଖୋଲା ରହିବ ବୋଲି ଅଭୟାରଣ୍ୟ କର୍ତ୍ତୃପକ୍ଷ ନୋଟିସ ମାଧ୍ୟମରେ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!