ବାଲେଶ୍ବର,୭।୬: ଶୁଭିଲା ପ୍ରଚଣ୍ଡ ଶବ୍ଦ, ଭୟଭୀତ ହୋଇ ଘରୁ ବାହାରି ଆସିଲେ ଲୋକେ । ହେଲେ କେଉଁଠୁ ଆସୁଛି କିଛି ଜଣାପଡୁନି । କିଛି ଏଭଳି ଘଟଣା ଆଜି ପୁଣି ଶୁଣିବାକୁ ମିଳିଛି ବାଲେଶ୍ବର ନୀଳଗିରି ଅଞ୍ଚଳ ଓ ଭଦ୍ରକ ବାସୁଦେବପୁରରେ । ଏଭଳି ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ହୋଇଛନ୍ତି ଲୋକେ।ତେବେ ଗତକାଲି ମଧ୍ୟ ଏଭଳି ସମାନ ଶବ୍ଦ ଶୁଭିଥିଲା । ପ୍ରାୟ ୧ ମିନିଟରେ ୨ରୁ ୩ ଥର ଶୁଭିଥିଲା ପ୍ରଚଣ୍ଡ ଶବ୍ଦ। ତେବେ ପାଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଥିବାରୁ, ଗୋଳାବାରୁଦ ପରୀକ୍ଷଣ ହେଉଥିବା ଲୋକମାନେ ଅନୁମାନ କରୁଥିବା ବେଳେ ଏହା କେଉଁଠୁ ଆସୁଛି ତାହାର ସ୍ପଷ୍ଟ କିଛି ଜଣାପଡିନାହିଁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |